ଏଥର ସବୁଦିନ ଗଡ଼ିବ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଦୀର୍ଘ ଦିନ ହେବ ଠପ୍‌ ହୋଇପଡ଼ିଥିବା ରେଳ ସେବା ପୁଣି ଥରେ ଚଳଚଞ୍ଚଳ ହୋଇଉଠିବ।  ଲକ୍‌ଡାଉନ୍‌ ହଟିଥିବାରୁ ଏଥର ନିୟମିତ ଭାବେ ଗଡ଼ିବ ଟ୍ରେନ। ଆସନ୍ତା କାଲିଠୁ ପଶ୍ଚିମବଙ୍ଗରୁ ସଂପୂର୍ଣ୍ଣ  ଲକ୍‌ଡାଉନ୍‌ ହଟିବାକୁ ଥିବାରୁ ଏଥର ରେଳ ସେବା ପୂର୍ବ ପରି ଚାଲୁ ହୋଇଯିବ। ପୂର୍ବରୁ ବାତିଲ ଟ୍ରେନ ଗୁଡ଼ିକ ନିୟମିତ ଚାଲିବ ବୋଲି କହିଲା ପୂର୍ବତଟ ରେଲୱେ। ଭୁବନେଶ୍ୱର-ହାଓଡ଼ା ଜନଶତାବ୍ଦୀ, ହାଓଡ଼ା-ଯଶୋବନ୍ତପୁର ଦୂରନ୍ତ ନିୟମିତ ଚାଲିବ। ଏହାବ୍ୟତୀତ ଆଂଶିକ ବାତିଲ […]

train

Niharika Rout
  • Published: Friday, 11 September 2020
  • , Updated: 11 September 2020, 02:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଦୀର୍ଘ ଦିନ ହେବ ଠପ୍‌ ହୋଇପଡ଼ିଥିବା ରେଳ ସେବା ପୁଣି ଥରେ ଚଳଚଞ୍ଚଳ ହୋଇଉଠିବ।  ଲକ୍‌ଡାଉନ୍‌ ହଟିଥିବାରୁ ଏଥର ନିୟମିତ ଭାବେ ଗଡ଼ିବ ଟ୍ରେନ।

ଆସନ୍ତା କାଲିଠୁ ପଶ୍ଚିମବଙ୍ଗରୁ ସଂପୂର୍ଣ୍ଣ  ଲକ୍‌ଡାଉନ୍‌ ହଟିବାକୁ ଥିବାରୁ ଏଥର ରେଳ ସେବା ପୂର୍ବ ପରି ଚାଲୁ ହୋଇଯିବ। ପୂର୍ବରୁ ବାତିଲ ଟ୍ରେନ ଗୁଡ଼ିକ ନିୟମିତ ଚାଲିବ ବୋଲି କହିଲା ପୂର୍ବତଟ ରେଲୱେ।

ଭୁବନେଶ୍ୱର-ହାଓଡ଼ା ଜନଶତାବ୍ଦୀ, ହାଓଡ଼ା-ଯଶୋବନ୍ତପୁର ଦୂରନ୍ତ ନିୟମିତ ଚାଲିବ। ଏହାବ୍ୟତୀତ ଆଂଶିକ ବାତିଲ ଫାଲକନୁମା ଏକ୍ସପ୍ରେସ ମଧ୍ୟ ପୂର୍ବସୂଚୀ ଅନୁସାରେ ଚାଲିବ। ରାଜଧାନୀ ଓ ପୁରୁଷୋତ୍ତମ ଏକ୍ସପ୍ରେସ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଷ୍ଟପେଜରେ ରହିବ।

Related story