୫୬ଟି ଟ୍ରେନ୍‌ର ସମୟ ବଦଳିଲା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ପୂର୍ବତଟ ରେଳବାଇର ଟ୍ରେନ୍&zwnj; ସମୟ ପରିବର୍ତ୍ତନ ହୋଇଛି। ୩୭ଟି ଏକ୍ସପ୍ରେସ୍, ୧୯ଟି ପାସେଞ୍ଜର ସହିତ ମୋଟ ୫୬ଟି ଟ୍ରେନର ସମୟ ବଦଳିଛି। ୩୬ଟି ଟ୍ରେନର ଉନ୍ନତିକରଣ ହୋଇଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଭାୟା ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ ସହିତ ୩ଟି ନୂଆ ଟ୍ରେନକୁ ଏଥିରେ ସାମିଲ କରାଯାଇଛି। ଏଥିରେ ଅଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ଯାହାକି ଭାୟା ସମ୍ବଲପୁର, ରାଉରକେଲା ଦେଇ ଯିବ। ଅନେକ ଟ୍ରେନ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଛାଡ଼ିବ। ତେଣୁ ଯାତ୍ରା ପୂର୍ବରୁ ୧୩୯ ଫୋନ କରି ପରିବର୍ତ୍ତିତ ସମୟ ବୁଝିନେବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। କେତେକ ଟ୍ରେନର ନମ୍ବର ମଧ୍ୟ ବଦଳିଛି।</p> <p>ନୂଆ ସାରଣୀ ଅନୁସାରେ, ପୁରୀ-ଭଲସାଡ୍ ଟ୍ରେନ ଏବେ ପୁରୀରୁ ସକାଳ ସାଢ଼େ ୬ଟାରେ ଯାତ୍ରା ଆରମ୍ଭ କରିବ। ଭୁବନେଶ୍ୱରରୁ ୭ଟା ୪୫ରେ ଏହି ଟ୍ରେନ ଛାଡ଼ିବ। ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍ ଅପରାହ୍ନ ୨ଟା ୧୦ରେ ଭୁବନେଶ୍ୱର ଛାଡ଼ିବ। ସେହିପରି ଭୁବନେଶ୍ୱର ଜୁନାଗଡ଼ ରୋଡ୍ ଲିଙ୍କ ଏକ୍ସପ୍ରେସ୍ ଭୁବନେଶ୍ୱର ଛାଡ଼ିବ ସଂଧ୍ୟା ୭ଟା ୩୫ ମିନିଟରେ। ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ସକାଳ ୭ଟା ୩୫ ମିନିଟରେ ଭୁବନେଶ୍ୱର ଛାଡ଼ିବ&nbsp; ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ୩ଟା ୪୫ରେ ପୁରୀ ଛାଡ଼ିବ ଏବଂ ଭୁବନେଶ୍ୱରରେ ୫ଟା ୨୦ରେ ପହ଼ଞ୍ଚି ୫ଟା ୨୫ରେ ଛାଡ଼ିବ।</p>

Ordigital Desk
  • Published: Wednesday, 01 November 2017
  • Updated: 01 November 2017, 05:54 AM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ପୂର୍ବତଟ ରେଳବାଇର ଟ୍ରେନ୍&zwnj; ସମୟ ପରିବର୍ତ୍ତନ ହୋଇଛି। ୩୭ଟି ଏକ୍ସପ୍ରେସ୍, ୧୯ଟି ପାସେଞ୍ଜର ସହିତ ମୋଟ ୫୬ଟି ଟ୍ରେନର ସମୟ ବଦଳିଛି। ୩୬ଟି ଟ୍ରେନର ଉନ୍ନତିକରଣ ହୋଇଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଭାୟା ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ ସହିତ ୩ଟି ନୂଆ ଟ୍ରେନକୁ ଏଥିରେ ସାମିଲ କରାଯାଇଛି। ଏଥିରେ ଅଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ଯାହାକି ଭାୟା ସମ୍ବଲପୁର, ରାଉରକେଲା ଦେଇ ଯିବ। ଅନେକ ଟ୍ରେନ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଛାଡ଼ିବ। ତେଣୁ ଯାତ୍ରା ପୂର୍ବରୁ ୧୩୯ ଫୋନ କରି ପରିବର୍ତ୍ତିତ ସମୟ ବୁଝିନେବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। କେତେକ ଟ୍ରେନର ନମ୍ବର ମଧ୍ୟ ବଦଳିଛି।</p><p>ନୂଆ ସାରଣୀ ଅନୁସାରେ, ପୁରୀ-ଭଲସାଡ୍ ଟ୍ରେନ ଏବେ ପୁରୀରୁ ସକାଳ ସାଢ଼େ ୬ଟାରେ ଯାତ୍ରା ଆରମ୍ଭ କରିବ। ଭୁବନେଶ୍ୱରରୁ ୭ଟା ୪୫ରେ ଏହି ଟ୍ରେନ ଛାଡ଼ିବ। ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍ ଅପରାହ୍ନ ୨ଟା ୧୦ରେ ଭୁବନେଶ୍ୱର ଛାଡ଼ିବ। ସେହିପରି ଭୁବନେଶ୍ୱର ଜୁନାଗଡ଼ ରୋଡ୍ ଲିଙ୍କ ଏକ୍ସପ୍ରେସ୍ ଭୁବନେଶ୍ୱର ଛାଡ଼ିବ ସଂଧ୍ୟା ୭ଟା ୩୫ ମିନିଟରେ। ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ସକାଳ ୭ଟା ୩୫ ମିନିଟରେ ଭୁବନେଶ୍ୱର ଛାଡ଼ିବ&nbsp; ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ୩ଟା ୪୫ରେ ପୁରୀ ଛାଡ଼ିବ ଏବଂ ଭୁବନେଶ୍ୱରରେ ୫ଟା ୨୦ରେ ପହ଼ଞ୍ଚି ୫ଟା ୨୫ରେ ଛାଡ଼ିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos