ରାଉରକେଲା ଇସ୍ପାତ କାରଖାନାରେ ବିନା ଏଣ୍ଟ୍ରି ପାସ୍‌ରେ ପଶିଲା ଟ୍ରେଲର୍‌

ରାଉରକେଲା ( ସତ୍ୟାନନ୍ଦ ମହାନ୍ତି ): ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର , ବିନା ଏଣ୍ଟ୍ରି ପାସରେ ପଶିଥିବା ଦୁଇଟି ଟ୍ରେଲର୍‌  ଜବତ ହୋଇଛି । ଗତକାଲି  ଅପରାହ୍ନରେ ପ୍ଲେଟ ମିଲ୍‌ ନିକଟରୁ RSP କ୍ରାଇମ ବ୍ରାଞ୍ଚ ଏବଂ ଭିଜିଲାନ୍ସ ଟିମ୍‌ ଏହି ୨ ଟ୍ରେଲର୍‌ ଜବତ କରିଥିଲା।  ମାତ୍ର ଡ୍ରାଇଭରଦ୍ୱୟ ଘଟଣାସ୍ଥଳ଼ରୁ ଫେରାର ହୋଇଯାଇଥିଲେ । କୌଣସି ବଡ ଧରଣର ଲୁହା ଚୋରି କରିବାକୁ ଏହି ଟ୍ରେଲର୍‌ ପ୍ଲାଣ୍ଟ ମଧ୍ୟରେ ପଶିଥିବା […]

rkl-2

Niharika Rout
  • Published: Saturday, 28 December 2019
  • , Updated: 28 December 2019, 08:06 AM IST

ରାଉରକେଲା ( ସତ୍ୟାନନ୍ଦ ମହାନ୍ତି ): ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର , ବିନା ଏଣ୍ଟ୍ରି ପାସରେ ପଶିଥିବା ଦୁଇଟି ଟ୍ରେଲର୍‌  ଜବତ ହୋଇଛି । ଗତକାଲି  ଅପରାହ୍ନରେ ପ୍ଲେଟ ମିଲ୍‌ ନିକଟରୁ RSP କ୍ରାଇମ ବ୍ରାଞ୍ଚ ଏବଂ ଭିଜିଲାନ୍ସ ଟିମ୍‌ ଏହି ୨ ଟ୍ରେଲର୍‌ ଜବତ କରିଥିଲା।  ମାତ୍ର ଡ୍ରାଇଭରଦ୍ୱୟ ଘଟଣାସ୍ଥଳ଼ରୁ ଫେରାର ହୋଇଯାଇଥିଲେ । କୌଣସି ବଡ ଧରଣର ଲୁହା ଚୋରି କରିବାକୁ ଏହି ଟ୍ରେଲର୍‌ ପ୍ଲାଣ୍ଟ ମଧ୍ୟରେ ପଶିଥିବା ସନ୍ଦେହ କରାଯାଉଛି ।

ଏ ବାବଦରେ କିଛି CISF କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି  କରାଯାଇଛି । ଏ ବାବଦରେ ଟାଙ୍ଗରପାଲି ଥାନାରେ RSP ପକ୍ଷରୁ ଲିଖିତ ସୂଚନା ଦିଆଯାଇଛି । ଘଟଣାର ଗୁରୁତ୍ୱ ଥିବାରୁ ଉଭୟ ପୁଲିସ୍‌ ଏବଂ ସିଆଇଏସଏଫ ମାମଲାର ତଦନ୍ତ କରୁଛନ୍ତି ।

ଦୁଇ ଦିନ ପୂର୍ବରୁ ମଧ୍ୟ ଏକ ବିନା ଏଣ୍ଟ୍ରି ପାସ୍‌ ଟ୍ରକ୍‌ ପ୍ଲାଣ୍ଟ ମଧ୍ୟରୁ ଜବତ କରାଯାଇ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଏହାକୁ ନେଇ ପ୍ଲାଣ୍ଟରେ ଏକ ବଡ଼ ଲୁହା ଚୋରି କରୁଥିବା racket କାମ କରୁଥିବା ସନ୍ଦେହ କରାଯାଉଛି ।

Related story