କଟକଣାମୁକ୍ତ ହେଲା ରନ୍ଧନ ଗ୍ୟାସ ପରିବହନ ଓ ବିତରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ସରକାର ଘରୋଇ ରନ୍ଧନ ଗ୍ୟାସ ବିତରଣ ଓ ପରିବହନକୁ ଏକ ଅତ୍ୟାବଶ୍ୟକ ସେବା ଭାବେ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଓଡ଼ିଶା ସମେତ ସମଗ୍ର ଦେଶରେ ଲକଡାଉନ୍ ଜାରି କରାଯାଇଥିଲେ ମଧ୍ୟ ଘରୋଇ ରନ୍ଧନ ଗ୍ୟାସ ପରିବହନ, ଯୋଗାଣ […]

gas

Manoranjan Sial
  • Published: Tuesday, 07 April 2020
  • , Updated: 07 April 2020, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ସରକାର ଘରୋଇ ରନ୍ଧନ ଗ୍ୟାସ ବିତରଣ ଓ ପରିବହନକୁ ଏକ ଅତ୍ୟାବଶ୍ୟକ ସେବା ଭାବେ ଘୋଷଣା କରିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଓଡ଼ିଶା ସମେତ ସମଗ୍ର ଦେଶରେ ଲକଡାଉନ୍ ଜାରି କରାଯାଇଥିଲେ ମଧ୍ୟ ଘରୋଇ ରନ୍ଧନ ଗ୍ୟାସ ପରିବହନ, ଯୋଗାଣ ଓ ବିତରଣକୁ କଟକଣାମୁକ୍ତ ରଖାଯାଇଛି। ଏଲପିଜି ଆଉଟଲେଟଗୁଡ଼ିକୁ ଘରୋଇ ରନ୍ଧନ ଗ୍ୟାସର ନିରବଚ୍ଛିନ୍ନ ପରିବହନ, ଯୋଗାଣ ଓ ଖାଉଟିଙ୍କୁ ଦ୍ୱାରଦେଶରେ ବିତରଣ କରିବା ନିମନ୍ତେ ଆଜି ଖାଦ୍ୟଯୋଗାଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି।

ଲକଡାଉନ୍ କଟକଣା ଏଲପିଜି ଆଉଟଲେଟ୍ ଓ କର୍ମଚାରୀଙ୍କ ପାଇଁ କୋହଳ ହେବ। ସମସ୍ତ ଏଲପିଜି କମ୍ପାନୀକୁ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଉଟଲେଟଗୁଡ଼ିକୁ ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

Related story