ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଟ୍ରେନ୍ର ଲମ୍ବ ୨ କିଲୋମିଟର। ଇଷ୍ଟକୋଷ୍ଟ ରେଳ ଧାରାଣାରେ ଆଜି ପ୍ରଥମ ଥର ଲାଗି ପରୀକ୍ଷା ମୂଳକ ଭାବେ ୨ କିଲୋମିଟର ଲମ୍ବର ଏକ ମାଲ୍ବାହୀ ଟ୍ରେନ୍ ଗଡ଼ିଛି। ୪ଟି ଇଂଜିନ ଓ ୧୪୭ଟି ବଗିକୁ ନେଇ ଏହି ଟ୍ରେନ୍ଟି ସମ୍ବଲପୁର ରେଳ ଡିଭିଜନର ଗୋଡଭଗାଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଗଡ଼ିଛି।
ଟ୍ରେନର ପ୍ରଥମ ରେକ୍ରେ ୪୫ଟି କଣ୍ଟେନର ଥିବା ବେଳେ ଦ୍ୱିତୀୟ ଓ ତୃତୀୟ ରେକ୍ରେ ୫୧ଟି ଲେଖାଏ ଖାଲି ଅଲୁମିନିୟମ କଣ୍ଟେନର ରହିଛି। ଏହି ସବୁ କଣ୍ଟେନରଗୁଡ଼କ ବିଶାଖାପାଟଣା ପୋର୍ଟ ଅଭିମୁଖେ ଯାଇଛି। କମ୍ ଖର୍ଚ୍ଚ ଓ କମ୍ ମାନବସମ୍ବଳ ଜରିଆରେ ଅଧିକ କାର୍ଯ୍ୟଦକ୍ଷତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ପରୀକ୍ଷାମୂଳକ ଭାବେ ଲମ୍ବା ଟ୍ରେନ୍ ଗଡ଼ା ଯାଇଛି।
Trial run of a 2,000 metre long train by @eastcoastrail in #Odisha. The train having four engines and 147 wagons ran between Godbhaga and Sikir near Titlagarh covering a distance of 145km on Monday.@Siba_TNIE@NewIndianXpress pic.twitter.com/JeuGP2wtMd
— Sudarsan Maharana (@Sud_TNIE) February 25, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।