ଭିଟାମାଟି ପାଇଁ ସଂଘର୍ଷ; ୬୫ କିମି ପଦଯାତ୍ରାରେ ବାହାରିଲେ ଆଦିବାସୀ

ସୁନ୍ଦରଗଡ଼(ବିଜୟ ବରୁଆଁ): ଭିଟାମାଟି ପାଇଁ ଆଦିବାସୀଙ୍କ ସଂଘର୍ଷ । ନିଜ ଗାଁ ନ ଛାଡ଼ିବାକୁ ୬୫  କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ଶହ ଶହ ଆଦିବାସୀ । ପ୍ରଶାସନ ନିକଟରେ ପ୍ରତିବାଦ ଜଣାଇବା ଲାଗି ପଦଯାତ୍ରାରେ ବାହାରିଛନ୍ତି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକର ୫ ପଞ୍ଚାୟତର ଶତାଧିକ ଗ୍ରାମବାସୀ। ଗତ ୧୮ରେ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରିଥିବା ପଦଯାତ୍ରା ଗତକାଲି ବଡଗାଁରେ ପହଞ୍ଚିଥିଲା । ଆଜି ସକାଳୁ ସେମାନେ ପୁଣି ବଡଗାଁରୁ ପଦଯାତ୍ରା ଆରମ୍ଭ କରିଛନ୍ତି । […]

protest

protest

Niharika Rout
  • Published: Thursday, 20 October 2022
  • , Updated: 20 October 2022, 10:19 AM IST

ସୁନ୍ଦରଗଡ଼(ବିଜୟ ବରୁଆଁ): ଭିଟାମାଟି ପାଇଁ ଆଦିବାସୀଙ୍କ ସଂଘର୍ଷ । ନିଜ ଗାଁ ନ ଛାଡ଼ିବାକୁ ୬୫  କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ଶହ ଶହ ଆଦିବାସୀ । ପ୍ରଶାସନ ନିକଟରେ ପ୍ରତିବାଦ ଜଣାଇବା ଲାଗି ପଦଯାତ୍ରାରେ ବାହାରିଛନ୍ତି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକର ୫ ପଞ୍ଚାୟତର ଶତାଧିକ ଗ୍ରାମବାସୀ।

ଗତ ୧୮ରେ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରିଥିବା ପଦଯାତ୍ରା ଗତକାଲି ବଡଗାଁରେ ପହଞ୍ଚିଥିଲା । ଆଜି ସକାଳୁ ସେମାନେ ପୁଣି ବଡଗାଁରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି  ଆଦିବାସୀମାନେ ସୁନ୍ଦରଗଡ଼ରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ।

ରାଜଗାଙ୍ଗପୁରସ୍ଥିତ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ବା ଓସିଏଲ୍ ତାର ଚୂନ ପଥର ଖଣି ସମ୍ପ୍ରସାରଣ ପାଇଁ ଏହି ପାଞ୍ଚୋଟି ପଞ୍ଚାୟତର ୭୧୭ ଏକର ଜମି ଅଧିଗ୍ରହଣ କରିବାକୁ  ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିଲା । ହେଲେ ଆରମ୍ଭରୁ ଏହାକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଆଦିବାସୀ  ।

ଦୁଇ ଦୁଇ ଥର ଜନ ଶୁଣାଣି ପାଇଁଦିନ ଧାର୍ଯ୍ୟ କରାଯିବା ସତ୍ତ୍ୱେ ଆଦିବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ତାହା ହୋଇପାରିନଥିଲା । କିନ୍ତୁ ପ୍ରଶାସନ ଜନ ଶୁଣାଣିକୁ ସଫଳ ହୋଇଥିବା ଦର୍ଶାଇଥିଲା। ଏହାଦ୍ୱାରା ଅଧିଗ୍ରହଣ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ସରକାର ଯୋଜନା କରୁଥିବା ଜାଣି ଆଦିବାସୀମାନେ ଏହାକୁ ବିରୋଧ କରୁଛନ୍ତି ।  ଅନେକ ଥର ଏହା ପାଇଁ ଆନ୍ଦୋଳନ, ଧାରଣା, ପ୍ରତିବାଦ ଆଦି କଲା ପରେ ଏବେ ରାଜଗାଙ୍ଗପୁର କେଶ୍ରାମାଲରୁ ସୁନ୍ଦରଗଡ ପଯର୍ୟନ୍ତ ୬୫ କିଲୋମିଟର ପଦଯାତ୍ରା ରେ ବାହାରିଛନ୍ତି ଆଦିବାସୀ।

Related story