ଗୁଜରାଟରେ ହେବ ଜାତୀୟ ଆଦିବାସୀ ମ୍ୟୁଜିୟମ: ଝଲସିବ ଓଡ଼ିଆ ଆଦିବାସୀଙ୍କ ବୀରତ୍ୱ ଗାଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ଲଢ଼େଇ କରିଥିବା ସାହାସୀ ଓଡ଼ିଆ ଆଦିବାସୀଙ୍କ ବୀରତ୍ୱ ଗାଥା ଜାତୀୟସ୍ତରରେ ପ୍ରଦର୍ଶିତ ହେବ। ଗୁଜରାଟର ନର୍ମଦା ଜିଲ୍ଲାସ୍ଥିତ ଗରୁଡ଼େଶ୍ୱର ଗାଁରେ ସ୍ଥାପନ ହେବାକୁ ଥିବା ‘ଜାତୀୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ମ୍ୟୁଜିୟମ’ରେ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଆଦିବାସୀଙ୍କ ୫ଟି ବୀରତ୍ୱର ଗାଥାକୁ ଥ୍ରୀ-ଡି ଓ ସେଭେନ-ଡି ଟେକ୍ନୋଲୋଜି ମାଧ୍ୟମରେ ପ୍ରଦର୍ଶିତ ହେବ। ଆଜି ଲୋକସଭାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର […]

musiam

Manoranjan Sial
  • Published: Monday, 03 February 2020
  • , Updated: 04 February 2020, 07:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ଲଢ଼େଇ କରିଥିବା ସାହାସୀ ଓଡ଼ିଆ ଆଦିବାସୀଙ୍କ ବୀରତ୍ୱ ଗାଥା ଜାତୀୟସ୍ତରରେ ପ୍ରଦର୍ଶିତ ହେବ। ଗୁଜରାଟର ନର୍ମଦା ଜିଲ୍ଲାସ୍ଥିତ ଗରୁଡ଼େଶ୍ୱର ଗାଁରେ ସ୍ଥାପନ ହେବାକୁ ଥିବା ‘ଜାତୀୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ମ୍ୟୁଜିୟମ’ରେ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଆଦିବାସୀଙ୍କ ୫ଟି ବୀରତ୍ୱର ଗାଥାକୁ ଥ୍ରୀ-ଡି ଓ ସେଭେନ-ଡି ଟେକ୍ନୋଲୋଜି ମାଧ୍ୟମରେ ପ୍ରଦର୍ଶିତ ହେବ।

ଆଜି ଲୋକସଭାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ସରୁତା କହିଛନ୍ତି ଯେ, ଦେଶର ପ୍ରମୁଖ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କର ଜୀବନୀ ଓ ସଂଘର୍ଷର କାହାଣୀକୁ ୧୬ଟି ପ୍ରମୁଖ ଗ୍ୟାଲେରୀ ମାଧ୍ୟମରେ ଜାତୀୟ ମ୍ୟୁଜିୟମରେ ପ୍ରଦର୍ଶିତ କରାଯିବ। ସ୍ୱାଧୀନତା ସଂଗ୍ରାମର ଅନ୍ୟାନ୍ୟ ବିଦ୍ରୋହର ଗାଥାକୁ ୯୩ଟି ଜୋନୱାରି ମଧ୍ୟ ପ୍ରଦର୍ଶନ କରାଯିବ। ଏହି କ୍ରମରେ ଓଡ଼ିଶାର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଓ ସଂଘର୍ଷକୁ ମଧ୍ୟ ଜାତୀୟ ମ୍ୟୁଜିୟମରେ ପ୍ରଦର୍ଶିତ କରାଯିବ।

ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ବୀରସୁରେନ୍ଦ୍ର ସାଏ(୧୮୩୯-୬୨), କୋରାପୁଟ ବିଦ୍ରୋହ: ଲକ୍ଷ୍ମଣ ନାୟକ(୧୯୪୨-୪୩), ଗଞ୍ଜାମ ବିଦ୍ରୋହ (୧୮୦୦-୧୮୦୫), ଗୁମୁସର ବିଦ୍ରୋହ(୧୮୦୮-୩୭), ଖୋଣ୍ଡ ବିଦ୍ରୋହ(୧୮୪୬-୫୫)ର କାହାଣୀକୁ ଏହି ଜାତୀୟ ମ୍ୟୁଜିୟମରେ ପ୍ରଦର୍ଶନ କରାଯିବ।

ଗୁଜରାଟ ସରକାର ଏହି ସଂଗ୍ରହାଳୟରେ ଫଟୋଚିତ୍ର, ଦସ୍ତାବିଜ, ପେଣ୍ଟିସ୍‌, ଲିଥୋଗ୍ରାଫ ଓ ଶିଳ୍ପ ଉପକରଣ ଯଥା ବନ୍ଧୁକ, ପିସ୍ତଲ, ତଲୱାର, ଢ଼ାଲ,ମୂର୍ତ୍ତି ଆଦିର ଚିତ୍ରଣ ମାଧ୍ୟମରେ ତଥ୍ୟ ଓ ଐତିହାସିକ ରେକର୍ଡକୁ ମଧ୍ୟ ଏକଜୁଟ କରୁଛନ୍ତି।

Related story