ଦୁର୍ଘଟଣା ପରେ ଟ୍ରକରୁ ବୋହିନେଲେ ବିଅର ବୋତଲ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ସାମାନ୍ୟତମ ମାନବିକତା ଭୁଲିଗଲେ ଲୋକେ। ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିବା ଟ୍ରକ୍ ଭିତରୁ ଡ୍ରାଇଭର ଓ ହେଲପର୍‌ଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ବିଅର ବୋତଲ ବୋହି ନେଇଥିଲେ। ଯିଏ ଯେମିତି ପାରିଲା ବୋହି ନେଇଗଲେ। କିଏ ଅଣ୍ଟାରେ ପୂରାଇ ବୋହି ନେଲା ତ ଆଉ କଏ ବ୍ୟାଗରେ ନେଇଗଲା। ଏପରିକି ଛୋଟ ଛୋଟ ପିଲା ଓ ମହିଳାମାନେ ବିଅର ବୋତଲ ନେଇ ଯାଉଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ଏପରି ଦୃଶ୍ୟ ଢେଙ୍କାନାଳ […]

Truck Accident

Truck Accident

Ordigital Desk
  • Published: Wednesday, 13 April 2022
  • Updated: 13 April 2022, 08:37 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ସାମାନ୍ୟତମ ମାନବିକତା ଭୁଲିଗଲେ ଲୋକେ। ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିବା ଟ୍ରକ୍ ଭିତରୁ ଡ୍ରାଇଭର ଓ ହେଲପର୍‌ଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ବିଅର ବୋତଲ ବୋହି ନେଇଥିଲେ। ଯିଏ ଯେମିତି ପାରିଲା ବୋହି ନେଇଗଲେ। କିଏ ଅଣ୍ଟାରେ ପୂରାଇ ବୋହି ନେଲା ତ ଆଉ କଏ ବ୍ୟାଗରେ ନେଇଗଲା। ଏପରିକି ଛୋଟ ଛୋଟ ପିଲା ଓ ମହିଳାମାନେ ବିଅର ବୋତଲ ନେଇ ଯାଉଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ଏପରି ଦୃଶ୍ୟ ଢେଙ୍କାନାଳ ଜିଲ୍ଲାରେ ଦେଖିବା ମିଳିଛି।

ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ଗୁଳେହି ଛକରେ ଗୋଟିଏ ବିଅର ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିଲା। ଟ୍ରକଟି ଚୌଦ୍ଵାରରୁ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ଓଲଟି ପଡ଼ିଥିଲା। ଟ୍ରକରେ ଥିଲା ଶତାଧିକ ବିଅର ପେଟି।  ଟ୍ରକ୍‌ ଓଲଟି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ। ସେମାନେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ହେଲ୍‌ପର ଓ ଡ୍ରାଇଭରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ପେଟି ପେଟି ବିଅର ବୋତଲକୁ ବୋହି ନେଇଥିଲେ। କିଛି ମିନିଟ୍‌ ଭିତରେ ଟ୍ରକ୍‌ ଖାଲି ହୋଇଯାଇଥିଲା।

ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଟ୍ରକ ଖାଲି। ପୁଲିସ୍‌ ଟ୍ରକ୍‌ ଭିତରୁ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନେ ଏବେ ସୁରକ୍ଷିତ ଅଛନ୍ତି।

https://youtu.be/hjJ0YK2rX08

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos