ବାଇକରେ ଯାଉଥିଲେ, ଓଲଟିଲା ଡମ୍ପର; ପୋତି ହେଲେ ସ୍ୱାମୀ-ସ୍ତ୍ରୀ

ଯାଜପୁର(ଅଭୟ ପତି): ସ୍ୱାମୀ-ସ୍ତ୍ରୀ କୌଣସି କାମରେ ବାଇକ୍‌ରେ ଯାଉଥିଲେ। ହେଲେ ହଠାତ୍‌ ସେମାନଙ୍କ ଉପରେ ଓଲଟି ପଡ଼ିଲା ଏକ ଆଇରନ୍‌ ବୋଝେଇ କ୍ରୋମାଇଟ୍‌ ଡମ୍ପର। ଆଜି ଏମିତି ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଘଟିଛି। କ୍ରୋମାଇଟ୍‌ରେ ପୋତି ହୋଇଯାଇଥିବା ଦମ୍ପତିଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି।  କଳିଙ୍ଗ ନଗର ଥାନା ତାଳଜଙ୍ଗା ଗାଁର ଏକ ଦମ୍ପତି ବାଇକ୍‌ରେ ଯାଉଥିଲେ। ପଙ୍କପାଳ ବଙ୍ଗଳା ଛକ ନିକଟରେ ସେମାନଙ୍କ […]

truck-accident-in-jajpur

Manoranjan Sial
  • Published: Monday, 09 December 2019
  • , Updated: 09 December 2019, 05:05 PM IST

ଯାଜପୁର(ଅଭୟ ପତି): ସ୍ୱାମୀ-ସ୍ତ୍ରୀ କୌଣସି କାମରେ ବାଇକ୍‌ରେ ଯାଉଥିଲେ। ହେଲେ ହଠାତ୍‌ ସେମାନଙ୍କ ଉପରେ ଓଲଟି ପଡ଼ିଲା ଏକ ଆଇରନ୍‌ ବୋଝେଇ କ୍ରୋମାଇଟ୍‌ ଡମ୍ପର। ଆଜି ଏମିତି ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଘଟିଛି। କ୍ରୋମାଇଟ୍‌ରେ ପୋତି ହୋଇଯାଇଥିବା ଦମ୍ପତିଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି।

 କଳିଙ୍ଗ ନଗର ଥାନା ତାଳଜଙ୍ଗା ଗାଁର ଏକ ଦମ୍ପତି ବାଇକ୍‌ରେ ଯାଉଥିଲେ। ପଙ୍କପାଳ ବଙ୍ଗଳା ଛକ ନିକଟରେ ସେମାନଙ୍କ ଉପରେ ଏକ ଆଇରନ୍‌ ବୋଝେଇ କ୍ରୋମାଇଟ୍‌ ମ୍ପର ଓଲଟି ପଡ଼ିଥିଲା। ଆଉ ଡମ୍ପର ତଳେ ଚାପି ହୋଇଯାଇଥିଲେ ଦମ୍ପତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ରୋମାଇଟ୍‌ ତଳୁ ଉଦ୍ଧାର କରି କଳିଙ୍ଗନଗର ଟାଟା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସ୍ୱାମୀଙ୍କ ଗୋଡ଼ କଟି ଯାଇଥିବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ମହିଳାଜଣକ ଟାଟା ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

 

ଦୁର୍ଘଟଣା ପରେ ଡ଼ମ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। 

Related story