ବ୍ରିଜ୍ ତଳକୁ ଖସିଲା ଟ୍ରକ୍‌,  ଡ୍ରାଇଭର ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମସାଣିପଡ଼ା ନିକଟରେ ଏକ ଟ୍ରକ୍‌ ବ୍ରିଜ ତଳକୁ ଓଲଟି ପଡ଼ିବାରୁ ଡ୍ରାଇଭରର ମୃତ୍ୟୁ ଘଟିଛି।  ଟ୍ରକଟି ଖୋର୍ଦ୍ଧାରୁ ବଲାଙ୍ଗିର ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି।  ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିପାରିନାହିଁ।  ଡ୍ରାଇଭର ଜଣଙ୍କ ଘର ଖୋର୍ଦ୍ଧା ଅଞ୍ଚଳର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।