ଭବାନୀପାଟଣା (ରାଜକୁମାର ସିଂଦେଓ): ଭବାନୀପାଟଣା-ଖଡ଼ିଆଳ ରାଜ୍ୟ ରାଜପଥର ତୁରକେଲ ସ୍ଥିତ ତେଲ ନଦୀ ବ୍ରିଜରୁ ତଳକୁ ଆଜି ଗୋଟିଏ ଟ୍ରକ ଖସି ପଡ଼ିଛି। ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ାକୁ ଧକ୍କା ଦେଇ ଓଲଟି ପଡ଼ିଥିବାରୁ ଚାଳକ ଓ ହେଲ୍ପର ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କର୍ଲାପଡା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ପ୍ରବଳ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି।
ଟ୍ରକଟି ରାୟପୁରରୁ ଖଡିଆଳ ଦେଇ ଭବାନୀପାଟଣା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଥିଲା।