ଘରକୁ ଫେରୁଥିବା ବେଳେ ପିଟିଦେଲା ଟ୍ରକ୍‌

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ଲାଖନପୁର ବ୍ଲକର ସାଗରପାଲି ଛକ ନିକଟରେ ଗତ ରାତିରେ ଟ୍ରକ୍‌ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଝାରସୁଗୁଡ଼ା ସହର ଏକାତାଳି ଗ୍ରାମର । ଜଣେ ଦିନ ମଜୁରିଆକୁ ବାଇକ୍‌ରେ ବସାଇ ସେମାନେ ଗତ ରାତିରେ ସାଗରପାଳିକୁ ଛାଡିବାକୁ ଯାଇଥିଲେ। ସେଠାରୁ ନିଜ ଗାଁକୁ ଫେରୁଥିବା ବେଳେ କିଛି ବାଟ ଆସିବା ପରେ ସାଗରପାଲି ଛକ ନିକଟରେ ଏକ ଟ୍ରକ୍‌ ସେମାନଙ୍କୁ ପିଟି ଦେଇଥିଲା। ଫଳରେ […]

accident-

accident-

Niharika Rout
  • Published: Saturday, 06 June 2020
  • Updated: 06 June 2020, 08:57 AM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ଲାଖନପୁର ବ୍ଲକର ସାଗରପାଲି ଛକ ନିକଟରେ ଗତ ରାତିରେ ଟ୍ରକ୍‌ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଝାରସୁଗୁଡ଼ା ସହର ଏକାତାଳି ଗ୍ରାମର ।

ଜଣେ ଦିନ ମଜୁରିଆକୁ ବାଇକ୍‌ରେ ବସାଇ ସେମାନେ ଗତ ରାତିରେ ସାଗରପାଳିକୁ ଛାଡିବାକୁ ଯାଇଥିଲେ। ସେଠାରୁ ନିଜ ଗାଁକୁ ଫେରୁଥିବା ବେଳେ କିଛି ବାଟ ଆସିବା ପରେ ସାଗରପାଲି ଛକ ନିକଟରେ ଏକ ଟ୍ରକ୍‌ ସେମାନଙ୍କୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଜଣଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos