ଓଲଟି ପଡ଼ିଲା ଗୋରୁ ବୋଝେଇ ଟ୍ରକ୍‌

କାମାକ୍ଷାନଗର( ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅର୍ନ୍ତଗତ ନୀଳକଣ୍ଠପୁର ବାଜିରାଉତ ସେତୁ ନିକଟରେ ଆଜି ଭୋର ପ୍ରାୟ ୩ଟାବେଳେ ଏକ ଗୋରୁ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଗୋଟିଏ ଗୋରୁର ମୃତ୍ୟୁ  ଘଟିଥିବା ବେଳେ ୧୫ ଗୋରୁ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଟ୍ରକ୍ ଚାଳକ ସମେତ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ମହୁଲପ ଗାଁର  କାହ୍ନୁ ଚରଣ ସ୍ୱାଇଁ, ମୃଦଙ୍ଗାର ଚନ୍ଦନ ବେହେରା ଓ ସୁକିନ୍ଦା ଅଞ୍ଚଳର ମିଲୁ ଭୂୟାଁ। ସେମାନଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାପରେ ସେଠାରେ ଲୋକେ ରାସ୍ତାରୋକ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।