ବାରିପଦା(ଓଡ଼ିଶା ରିପୋର୍ଟର): ଅଧା ତିଆରି ଓଭର ବ୍ରିଜ୍ ଉପରେ ଅଚାନକ୍ ଦୁର୍ଘଟଣା। ଡାଇଭର୍ସନ ପାଇଁ କୌଣସି ସତର୍କ ସୂଚନା ନ ଥିବାରୁ ନିର୍ମାଣାଧୀନ ଓଭର ବ୍ରିଜ୍ ଉପରେ ଚଢ଼ିଗଲା ଦୃତଗତିରେ ଆସୁଥିବା ଟ୍ରକ୍। ଲୋକମାନେ ମନା କରିବା ସତ୍ତ୍ୱେ ଟ୍ରକ୍ଟି ନ ଅଟକିବାରୁ ଚାହୁଁଚାହୁଁ ବ୍ରିଜ୍ ତଳକୁ ଖସିପଡ଼ିଥିଲା। ମୟୂରଭଞ୍ଜ ଜିଲ୍ଲା ଝାଡ଼ପୋଖରିଆ ଥାନା ଜାତୀୟ ରାଜପଥ ୧୮ର ବମ୍ବେ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍ ଡ୍ରାଇଭଙ୍କ ମୃତ୍ୟୁ ଘଟିଛି।
ଆଜି ସନ୍ଧ୍ୟା ବେଳେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ ମୋବାଇଲ୍ କ୍ୟାମେରାରେ ଏ ଦୃଶ୍ୟ ରେକର୍ଡ ହୋଇଛି। ରାସ୍ତା ନିର୍ମାଣକାରୀ ଠିକାସଂସ୍ଥାରେ ଗୁରୁତର ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟି ଖାଲି ଥିଲା। ଖବର ପାଇବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
୬ ଥିଲା ୧୨ରେ ପହଞ୍ଚିଲା; ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା
୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।
Weather
ଆଜିଠୁ ବଦଳିବ ପାଗ; କମିବ ବର୍ଷା, ବଢ଼ିବ କୁହୁଡି
କମିବ ବର୍ଷା, ବଢ଼ିବ କୁହୁଡି। ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସମ୍ପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।