ତୁମୁଡିବନ୍ଧ ଗୁଳିବିନିମୟ ଘଟଣା: ମାଦାଗୁଡ଼ା ଜଙ୍ଗଲରୁ ୨ ମୃତ ଦେହ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟଣାରେ ଆଜି ମାଦାଗୁଡା ଜଙ୍ଗଲରୁ ୨ଟି ମୃତ ଦେହ ଉଦ୍ଧାର କରାଯାଇଛି। ଏହା ସହିତ ୩ଟି ବନ୍ଧୁକ, ଗୁଳି, ମାଓସାମଗ୍ରୀ ଜବତ ହୋଇଥିବା  କନ୍ଧମାଳ ଏସପି କୁୱର ବିଶାଲ୍ ସିଂହ କହିଛନ୍ତି। ଏବେ ବି କମ୍ୱିଂ ଅପରେସନ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଗତକାଲି ତୁମୁଡ଼ିବନ୍ଧ ମାଦାଗୁଡ଼ା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଜଙ୍ଗଲରେ ସିଆରପିଏଫ୍ ଓ ଏସ୍ଓଜି […]

phulabani

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 10:04 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟଣାରେ ଆଜି ମାଦାଗୁଡା ଜଙ୍ଗଲରୁ ୨ଟି ମୃତ ଦେହ ଉଦ୍ଧାର କରାଯାଇଛି। ଏହା ସହିତ ୩ଟି ବନ୍ଧୁକ, ଗୁଳି, ମାଓସାମଗ୍ରୀ ଜବତ ହୋଇଥିବା  କନ୍ଧମାଳ ଏସପି କୁୱର ବିଶାଲ୍ ସିଂହ କହିଛନ୍ତି। ଏବେ ବି କମ୍ୱିଂ ଅପରେସନ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଗତକାଲି ତୁମୁଡ଼ିବନ୍ଧ ମାଦାଗୁଡ଼ା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଜଙ୍ଗଲରେ ସିଆରପିଏଫ୍ ଓ ଏସ୍ଓଜି ପକ୍ଷରୁ ମିଳିତ କମ୍ୱିଂ ଅପରେସନ ଚାଲିଥିଲା। ଏହି ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷା ବାହିନୀ। ଗତ ଶୁକ୍ରବାର ଦିନ ମଧ୍ୟ କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

 

 

Related story