ତହସିଲଦାରଙ୍କୁ ମାଡ଼ ଘଟଣାରେ ୨ ଗିରଫ

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି- ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଓ ଚାଷୀ ଉଦୟଭାନୁ ସାହୁ। ଏ ଦୁହେଁ ଗତକାଲି ତହସିଲଦାରଙ୍କ ଚାମ୍ବରରେ ପଶି ତାଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିଲା। ତହସିଲଦାର ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ […]

handcuffs

Jitendra Garnayak
  • Published: Sunday, 03 April 2022
  • , Updated: 04 April 2022, 05:51 PM IST

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି- ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଓ ଚାଷୀ ଉଦୟଭାନୁ ସାହୁ। ଏ ଦୁହେଁ ଗତକାଲି ତହସିଲଦାରଙ୍କ ଚାମ୍ବରରେ ପଶି ତାଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିଲା। ତହସିଲଦାର ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଜାମିନ ନାମଞ୍ଜୁର କରି ଦେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ କେନ୍ଦ୍ରାପଡ଼ା ଉପ-କାରାଗାରକୁ ପଠାଇ ଦିଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନବନିର୍ମାଣ କୃଷକ ସଂଗଠନ ଦୃଢ଼ ନିନ୍ଦା କରିଛି। ଆଗାମୀ ଦିନରେ ସଂଗଠନ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ପଟ୍ଟାମୁଣ୍ଡାଇ କଣିପାଳ ଗାଁର ଚାଷ ଜମି ଓ ଜନବସତି ନିକଟରେ ନାଲି ଇଟାଭାଟି କରାଯାଇଛି। ସେଠାରେ ଇଟା ପୋଡ଼ା ଯାଉଛି। ଯେଉଁଥିପାଇଁ ପରିବା ଚାଷ ନଷ୍ଟ ହୋଇଯାଉଛି। ଇଟାଭାଟିକୁ ବିରୋଧ କରି ଗାଁର କେତେକ ଚାଷୀ ତହସିଲଦାରଙ୍କ ପାଖରେ ଫେରାଦ ହୋଇଥିଲେ। ଇଟା ଭାଟି ବନ୍ଦ କରିବା ପାଇଁ ସେମାନେ ଅନୁରୋଧ କରିଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ ତହସିଲଦାର ସମସ୍ୟାର ସମାଧାନ କରି ନଥିଲେ।

ଏଥିଯୋଗୁ ଚାଷୀମାନେ ଅସନ୍ତୁଷ୍ଟ ଥିଲେ। ଗତକାଲି ଅପରାହ୍ନରେ ନବନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଓ ଚାଷୀ ଉଦୟଭାନୁ ସାହୁ ତହସିଲଦାର ଦିଲ୍ଲୀପ ସେଠୀଙ୍କ ଚାମ୍ବରରେ ପଶି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ସେମାନେ ତହସିଲଦାରଙ୍କୁ ତାଙ୍କ ଚାମ୍ୱରରେ ପୂରାଇ ତାଲା ବି ପକାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

Related story