ବନ୍ଧା ହେଲେ ୨, ବିବାହ ଆଇନ୍ ଉଲ୍ଲଂଘନ କଲେ ଫସିବେ ପୁରୋହିତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲାରେ ବିସ୍ଫୋରକ ରୂପ ନେଉଛି କରୋନା । ମୃତ ଓ ଆକ୍ରାନ୍ତ ଦୁଇଟି ଯାକରେ ଏ ଜିଲ୍ଲା ରାଜ୍ୟରେ ସବୁଠୁ ଆଗରେ। ଜିଲ୍ଲାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଫେରିଥିବା ପ୍ରବାସୀ ହୁଅନ୍ତୁ ବା କୋଭିଡ୍ ଗାଇଡଲାଇନ୍ସର ଉଲ୍ଲଂଘନ ଉଭୟ ଏବେ ସରକାରଙ୍କ ପାଇଁ ଚିନ୍ତା। ତେଣେ ଦୃତ ସଂକ୍ରମଣ ରୋକିବାକୁ ଜିଲ୍ଲାରେ ଦୁଇ ଜଣ IAS ଓ ୬ ଜଣ OAS ଙ୍କୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରିଛନ୍ତି ରାଜ୍ୟ ସରକାର । […]

690

690

Tapas Behera
  • Published: Saturday, 04 July 2020
  • Updated: 04 July 2020, 09:04 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲାରେ ବିସ୍ଫୋରକ ରୂପ ନେଉଛି କରୋନା । ମୃତ ଓ ଆକ୍ରାନ୍ତ ଦୁଇଟି ଯାକରେ ଏ ଜିଲ୍ଲା ରାଜ୍ୟରେ ସବୁଠୁ ଆଗରେ। ଜିଲ୍ଲାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଫେରିଥିବା ପ୍ରବାସୀ ହୁଅନ୍ତୁ ବା କୋଭିଡ୍ ଗାଇଡଲାଇନ୍ସର ଉଲ୍ଲଂଘନ ଉଭୟ ଏବେ ସରକାରଙ୍କ ପାଇଁ ଚିନ୍ତା। ତେଣେ ଦୃତ ସଂକ୍ରମଣ ରୋକିବାକୁ ଜିଲ୍ଲାରେ ଦୁଇ ଜଣ IAS ଓ ୬ ଜଣ OAS ଙ୍କୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରିଛନ୍ତି ରାଜ୍ୟ ସରକାର । ପ୍ରଶାସନ ବି କରିଛି ସ୍ୱତନ୍ତ୍ର ରଣନୀତି।

କରୋନାର ଛଞ୍ଚାଣ ସମ ପଞ୍ଝାରେ ପଡ଼ିଛି ଗଂଜାମ ନିଇତି ପଜିଟିଭରେ ରେକର୍ଡ ଭାଙ୍ଗୁଛି। ମୃତ୍ୟୁରେ ବି ନମ୍ବର ଓ୍ୱାନ୍। ଗତ ୨୪ ଘଣ୍ଟାରେ ଏଇ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରାଜ୍ୟର ସର୍ବାଧିକ ୨୧୬ ସଂକ୍ରମିତ। ୩ ଜଣଙ୍କର ଜୀବନ ବି ଯାଇଛି । ଆଜିର ତଥ୍ୟକୁ ମିଶାଇଲେ ଏଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୨୦୬୬ରେ ପହଞ୍ଚିଛି ସେହିପରି ମୃତ୍ୟୁ ସଂଖ୍ୟା ବି ଦୃତ ଗତିରେ ବଢ଼ି ୨୦ ଛୁଇଁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୩୦ଟି ଯାକ ଜିଲ୍ଲାରେ ମୋଟ୍ ୮୬୦୧ ପଜିଟିଭ୍ ଚିହ୍ନଟ ହୋଇ ଥିବାବେଳେ କେବଳ ଗଞ୍ଜାମରେ ତା ମଧ୍ୟରୁ ଚାରି ଭାଗରୁ ଭାଗେ ଅଛନ୍ତି । ଗତ ମାସକର ତଥ୍ୟକୁ ହିସାବ କଲେ, ଜୁନ୍ ୪ରେ ଗଂଜାମରେ ଆକ୍ଟିଭ୍‌ କେସ୍ ଥିଲା ମାତ୍ର ୫୪୪ । ୧୦ ଦିନ ପରେ ଅର୍ଥାତ୍ ଜୁନ୍ ୧୫ ପରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ଧିମା ଥିଲେ ବି ୬ ଜଣଙ୍କର କିନ୍ତୁ ଜୀବନ ଯାଇ ସାରିଥିଲା ।

ପରବର୍ତ୍ତୀ ୧୦ ଦିନରେ ଅର୍ଥାତ୍ ଜୁନ୍ ୨୫ରେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ଡବଲ୍ ହୋଇ ୧୧୩୮ରେ ପହଞ୍ଚିଥିଲା । ମୃତ୍ୟୁ ସଂଖ୍ୟା ଛୁଇଁଥିଲା ୮ । ହେଲେ ତା ପରବର୍ତ୍ତୀ ସପ୍ତାହରେ ଭୟଙ୍କର ରୂପ ନେଇଥିଲା ମହାମାରୀ । ଏହି ସମୟ ଭିତରେ ୯୦୦ରୁ ଅଧିକ ସଂକ୍ରମିତ ହେବା ସହ ଆଉ ୧୨ ମୁଣ୍ଡ ଗଡ଼ିଛି । ଯାହାକି ରାଜ୍ୟ ସରକାରଙ୍କ ପାଇଁ ଗୁରୁତର ସମସ୍ୟା ହୋଇଇଛି । ତେବେ ସେଠି ଗୋଷ୍ଠୀ ସଂକ୍ରମଣ ହୋଇନି ବରଂ କଣ୍ଟା ଟ୍ରେସିଂରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ।

କରୋନାର ବିସ୍ଫୋରକ ମୋଡରେ ପହଞ୍ଚିଥିବା ଗଂଜାମ ଜିଲ୍ଲାରେ ହଟ୍‌ସ୍ପଟ୍ ପାଲଟିଛି ବ୍ରହ୍ମପୁର ସହର । ବିଏମ୍ସିର ସଦ୍ୟ ତଥ୍ୟ ଅନୁସାରେ ସହରରେ ଡୋର୍ ଟୁ ଡୋର୍ ସର୍ଭେବେଳେ ସଂଗୃହୀତ ୨୧୭ଜଣ ସନ୍ଦିଗ୍ଧଙ୍କ ନମୁନାରୁ ୬୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣେ ସଠିକ୍ କୋଭିଡ୍ ନିୟମ ପାଳନ ହେଉନଥିବାରୁ ଖପ୍ପା ହୋଇଛି ଜିଲ୍ଲା ପ୍ରଶାସନ । ନିଜେ ଜିଲ୍ଲାପାଳ କମାପଲ୍ଲୀ ଛକ ମାଛ ମାର୍କେଟର ଏକ ଫଟୋ ଛାଡ଼ି ସେଠି କେମିତି ଶିକ୍ଷିତ ଲୋକମାନେ ସାମାଜିକ ଦୂରତ୍ୱ ନମାନିବା ସହ ମାସ୍କ ପିନ୍ଧିନଥିଲେ ତାର ଚିତ୍ର ଦେଖାଇଛନ୍ତି । ସେହିପରି ଗୋପାଳପୁର ଥାନା ଅଞ୍ଚଳରେ ବିନା ଅନୁମତିରେ ଏକ ହୋଟେଲରେ ବାହାଘର ପ୍ରୋସେସନ ଆୟୋଜନ ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଥିବା ନିଜେ ବ୍ରହ୍ମପୁର ଏସ୍ପି ଟ୍ୱିଟ୍ କରି ଜଣାଇଛନ୍ତି।

ସେହିଭଳି ବିବାହ ଆଇନ୍ ଉଲ୍ଲଂଘନ କଲେ ପୁରୋହିତଙ୍କ ବିରୋଧରେ ବି ମାମଲା ରୁଜୁ ହେବ ବୋଲି ଜଣାଇଛନ୍ତି ଜିଲ୍ଲାପାଳ।  ତାସହ ଦୁଇ ଚକିଆ ଯାନ ଘରଠୁ ୧ କିଲୋମିଟର ଆଗକୁ ଯାଇ ପାରିବେ ନାହିଁ ବୋଲି ବି କଟକଣା ଜାରି ହୋଇଛି । ସେପଟେ ଗଂଜାମ ଜିଲ୍ଲାରେ କରୋନା ସ୍ଥିତି ସଂଭାଳିବାକୁ ଦୁଇ ଜଣ IAS ଓ ୬ଜଣ OAS ଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଛତ୍ରପୁର ଉପଖଣ୍ଡ ଏଡିଏମ୍ ଭାବେ କରୋନା ପରିଚାଳନା ଦାୟିତ୍ୱରେ ରହିବେ IAS ପାରୁଲ ପଟାଓ୍ବାରୀ ସେହିପରି ଭଂଜନଗର ଉପଖଣ୍ଡ ଦାୟିତ୍ୱ ସମ୍ଭାଳିବେ ବିଶାଲ ସିଂ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story