ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମୋଦିପଡା ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେବା ଧମକ ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁସାରେ ଏକ ତେଲବୋଝେଇ କଣ୍ଟେନର ପେଟ୍ରୋଲ ପମ୍ପ ପରିସରରେ ଥିଲା। ଏହି ସମୟରେ ୨ ଜଣ ଯୁବକ ଆସି ଟଙ୍କା ମାଗିଥିଲେ।
ତେବେ ଟଙ୍କା ନ ଦେବାରୁ ତେଲ ବୋଝେଇ ଟ୍ୟାଙ୍କରେ ନିଆଁ ଲଗାଇ ଦେବା ପାଇଁ ଚେତାବନୀ ଦେଇଥିଲେ । ଦିଆସିଲି ବାହାର କରି ଧମକାଉଥିଲେ ବୋଲି ପେଟ୍ରୋଲ ପମ୍ପର କିଛି କର୍ମଚାରୀ ଅଭିଯୋଗ କରିଛନ୍ତି। କିଛି କର୍ମଚାରୀ ଭୟରେ ଘଟଣାସ୍ଥଳରୁ ଦୂରକୁ ପଲାଇ ଯାଇଥିଲେ। ଏ ନେଇ ପେଟ୍ରୋଲ ପମ୍ପର କର୍ମଚାରୀ ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ୨ ଜଣଙ୍କୁ ଗିରଫ କରି ନେଇଥିଲା । ତେବେ ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳ ର ହୋଇଥିବା ବେଳେ ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ।