ଟ୍ରକ୍‌ ପିଟିଦେଲା, ଚାଲିଗଲା ୨ ଜୀବନ

ବୀରମିତ୍ରପୁର(ରାକେଶ ସାହୁ): ଦୁର୍ଘଟଣାରେ ଚାଲିଗଲା ଦୁଇଟି ଅମୂଲ୍ୟ ଜୀବନ।  କୁଆଁରମୁଣ୍ଡାରୁ ନିଜ ଘର ଅଭିମୁଖେ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଯୁବକ ଦ୍ୱୟ।ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲା ଗ୍ରାମରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଗାଁ ସମ୍ମୁଖ ୧୪୩ ନଂ ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।ରାଉରକେଲା ଅଭିମୁଖେ ବାଇକ୍ ଟି ଯାଉଥିବା ବେଳେ ଅପରପାର୍ଶ୍ଵରୁ ଆସୁଥିବା ପିବି ୧୩ ବିଡି ୫୬୭୪ […]

6nm

Tapas Behera
  • Published: Wednesday, 23 December 2020
  • , Updated: 23 December 2020, 09:07 PM IST

ବୀରମିତ୍ରପୁର(ରାକେଶ ସାହୁ): ଦୁର୍ଘଟଣାରେ ଚାଲିଗଲା ଦୁଇଟି ଅମୂଲ୍ୟ ଜୀବନ।  କୁଆଁରମୁଣ୍ଡାରୁ ନିଜ ଘର ଅଭିମୁଖେ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଯୁବକ ଦ୍ୱୟ।ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲା ଗ୍ରାମରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଗାଁ ସମ୍ମୁଖ ୧୪୩ ନଂ ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।ରାଉରକେଲା ଅଭିମୁଖେ ବାଇକ୍ ଟି ଯାଉଥିବା ବେଳେ ଅପରପାର୍ଶ୍ଵରୁ ଆସୁଥିବା ପିବି ୧୩ ବିଡି ୫୬୭୪ ନଂ  ଟ୍ରକ୍ ସହିତ ଧକ୍କା ହୋଇଥିଲା।

ମୃତ ବାଇକ୍ ଆରୋହୀ ଦ୍ୱୟ ସେକ୍ଟର ୧୫ ଅଂଚଳର ବାସିନ୍ଦା। ସେମାନେ ହେଲେ  ଅମିତାଭ ବେହେରା ଓ ପ୍ରାଣ କୃଷ୍ଣ ବେହେରା । ଘଟଣାସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ପହଞ୍ଚି  ଶବ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ବାଇକ୍କୁ ମଧ୍ୟ ଜବତ କରିଛି I ବୀରମିତ୍ରପୁରରୁ ରାଉରକେଲା ଦେଇ ଯାଇଥିବା ୧୪୩ ନଂ ଜାତୀୟ ରାଜପଥ ରାସ୍ତା ମରଣଯନ୍ତା ପାଲଟିଛି। ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏନ୍ଏଚ୍ ବିଭାଗ ରାସ୍ତା ମରାମତି କରୁ ନ ଥିବାରୁ ବହୁ ସମୟରେ ଲୋକେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି ।

 

Related story