ବୋଲେରୋ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଆଜି ମାଲକାନଗିରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବୋଲେରୋରେ ନିଆଁ ଲଗାଇ ଦେଇଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି। ପୂରା ଘଟଣା ଏମିତି। ଏମ୍‌ପିଭି-୧୩ ଗାଁର ମେଘନାଦ ଦାସ ଓ ଶ୍ୟାମଲ ସେନ ବାଇକ୍‌ରେ ଯାଉଥିଲେ। ବଦଳି ଛକରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। […]

two-bikers-killed-in-a-road-accident-in-malkangiri

Manoranjan Sial
  • Published: Monday, 15 April 2019
  • , Updated: 15 April 2019, 09:31 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ଆଜି ମାଲକାନଗିରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବୋଲେରୋରେ ନିଆଁ ଲଗାଇ ଦେଇଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।

ପୂରା ଘଟଣା ଏମିତି। ଏମ୍‌ପିଭି-୧୩ ଗାଁର ମେଘନାଦ ଦାସ ଓ ଶ୍ୟାମଲ ସେନ ବାଇକ୍‌ରେ ଯାଉଥିଲେ। ବଦଳି ଛକରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏପରିକି ଦୁର୍ଘଟଣା ଘଟାଇଥିବା ବୋଲେରୋରେ ନିଆଁ ଲଗାଇ ଦେଇଥିଲେ।

ପଟେରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲା। କିନ୍ତୁ ଉତ୍ତ୍ୟକ୍ତ ଲୋକେ ନିଜ ଜିଦରେ ଅଟଳ ରହିଛନ୍ତି। କ୍ଷତିପୂରଣ ନମିଳିଲେ ରାସ୍ତାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Related story