ଘାଟରେ ଜଳିଗଲା ବୋଟ୍‌

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ପରମିଟ୍‌ ଘାଟରେ ତିନିଟି ବୋଟ୍‌ ଜଳି ଯାଇଛି। ରୋଷେଇ ଚାଲିଥିବା ବେଳେ ବୋଟ୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି।

ପୂରା ଘଟଣା ଏମିତି। ଆଜି ସନ୍ଧ୍ୟା ବେଳେ ବୋଟ କର୍ମଚାରୀମାନେ ଘାଟରେ ଥିବା ଗୋଟିଏ ବୋଟ୍‌ରେ ରୋଷେଇ କରୁଥିଲେ। ମାତ୍ର ଅସାବଧାନତା ଯୋଗୁ ବୋଟ୍‌ରେ ଥିବା ଡିଜେଲ୍‌ରେ ନିଆଁ ଲାଗି ଯାଇଥିଲା। କ୍ଷଣକ ଭିତରେ ଏହି ନିଆଁ ପାଖରେ ଥିବା ଅନ୍ୟ ବୋଟକୁ ବ୍ୟାପି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକେ ତାକୁ ଆୟତ୍ତ କରିପାରି ନଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଦୁଇଟି ବୋଟ୍‌ ଜଳି ଯାଇଥିଲା।

ଆହୁରି ପଢ଼ନ୍ତୁ

ମୋ ଜ୍ୱାଇଁ ଖାଇବେ ୬୭ ପ୍ରକାର ଆଇଟମ୍‌

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର, ସୀମା ସେପଟେ ଆହୁରି ୩୦୦ ଆତଙ୍କୀ ହମଲା ପାଇଁ ତୟାର

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ଜୁଲାଇ ୧୧, ଶନିବାର: ଘରକୁ ଅତିଥି ଆସିପାରନ୍ତି

ଚୀନ୍ ସୀମାରେ ଆପାଚି ଏବଂ ଚିନୁକ

‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

କେମିତି ପ୍ରାଣ ହରାଇଲା ବିକାଶ ଦୁବେ, କେଉଁ ସବୁ ସ୍ଥାନରେ ବାଜିଛି ଗୁଳି

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଜୁଲାଇ ୧୦, ଶୁକ୍ରବାର: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ

ମୃତ୍ୟୁ ହାର ହ୍ରାସ ଆମର ଲକ୍ଷ୍ୟ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଲଦାଖ ପରେ ହଟ ସ୍ପୀଙ୍ଗରୁ ହଟିଲା ଚୀନ୍ ସେନା, ଆଗକୁ ଜାରି ରହିବ ବୈଠକ