ବୁଡ଼ିଗଲେ ଦୁଇ ବାଳକ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ ଚିରିମା ଗାଁରେ ମୋରମ ଖାଦାନ୍ ଖାଲରେ ବୁଡ଼ି ଦୁଇ ଜଣ ବାଳକଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଉଦ୍ଧାର କରାଯାଇଛି।

ମୃତକମାନେ ହେଲେ ନିଶିକାନ୍ତ ବିଶୋଇ (୭) ଓ ତୁଷାର ବିଶୋଇ (୧୧)। ବଞ୍ଚି ଯାଇଥିବା ବାଳକଙ୍କ ନାଁ ଶିବା ବିଶୋଇ। ଏମାନେ ସମସ୍ତେ ଗୋଟିଏ ପରିବାରର।

ସେମାନେ ସାଇକେଲ୍‌ ଧୋଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଖାଲକୁ ଓହ୍ଲାଇବା ପରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ।

ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।