ରାତିରେ ଦୁଇ ପୁଅ ଖାଇ ଶୋଇଥିଲେ, ସକାଳେ ବନ୍ଧା ହେଲା କୋକେଇ

ଉମରକୋଟ(ଓଡ଼ିଶା ରିପୋର୍ଟର): ରାତିରେ ଦୁଇ ଭାଇ ଏକ ସଙ୍ଗେ ଖାଇ ଶୋଇଥିଲେ। ହେଲେ ପରଦିନ ଦୁହିଁଙ୍କ ପାଇଁ ଶେଷ ଦିନ ଥିଲା। ଖାଦ୍ୟରେ ବିଷକ୍ରିୟା(ଫୁଡ୍‌ ପୋଏଜନିଂ) ଯୋଗୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ମା ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗାଁରେ। ବାପା ମାଆଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଦିନ ଦଣ୍ଡାମୁଣ୍ଡା ଗାଁର ବେଣୁଧର ଗୌଡ଼ଙ୍କ ଦୁଇ ପୁଅ ଅମୂଲ୍ୟ ଓ […]

6901

Tapas Behera
  • Published: Thursday, 13 February 2020
  • , Updated: 13 February 2020, 06:17 PM IST

ଉମରକୋଟ(ଓଡ଼ିଶା ରିପୋର୍ଟର): ରାତିରେ ଦୁଇ ଭାଇ ଏକ ସଙ୍ଗେ ଖାଇ ଶୋଇଥିଲେ। ହେଲେ ପରଦିନ ଦୁହିଁଙ୍କ ପାଇଁ ଶେଷ ଦିନ ଥିଲା। ଖାଦ୍ୟରେ ବିଷକ୍ରିୟା(ଫୁଡ୍‌ ପୋଏଜନିଂ) ଯୋଗୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ମା ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗାଁରେ। ବାପା ମାଆଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ଦିନ ଦଣ୍ଡାମୁଣ୍ଡା ଗାଁର ବେଣୁଧର ଗୌଡ଼ଙ୍କ ଦୁଇ ପୁଅ ଅମୂଲ୍ୟ ଓ ଗିରିଧର ପରିବାର ସହ ଭାତ, ବାଇଗଣ ଓ ଆଳୁ ଖାଇ ରାତିରେ ଶୋଇଥିଲେ। ସକାଳୁ ଦୁଇ ଶିଶୁଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। କିନ୍ତୁ ଡାକ୍ତରଖାନା ନେବା ବେଳେ ରାସ୍ତାରେ ହିଁ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ପରେ ଚନ୍ଦାହାଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଚନ୍ଦାହାଣ୍ଡି ପୋଲିସ ସେହି ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏବେ ବେଣୁଧରଙ୍କ ଅବସ୍ଥା ଭଲ ଥିବା ବେଳେ ତାଙ୍କ ପତ୍ନୀଙ୍କୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Related story