ଘୁଷୁରି ଗୁହାଳେ ଜଳି ଗଲେ ଦୁଇ ଶିଶୁ

ତେଲକୋଇ (ଚିନ୍ମୟ କୁମାର ସାହୁ): ଘରେ କେହି ନଥିଲେ। ସମସ୍ତେ ଜମିକୁ କାମ କରିବାକୁ ଯାଇଥିଲେ। ୩ ବର୍ଷର ଛୁଆ ଦୁଇଟି ଘର ଅଗଣାରେ ଖେଳୁ ଥିଲେ। ଖେଳୁ ଖେଳୁ ପାଳଗଦାରେ ନିଆଁ ଲଗାଇ ପାଖରେ ଥିବା ଘୁଷୁରି ଗୁହାଳେ ଲୁଚି ଯାଇଥିଲେ। ତେବେ ପାଳଗଦାରୁ ନିଆଁ ଯାଇ ଘୁଷୁରି ଗୁହାଳରେ ଲାଗି ଗଲା ଓ ଶିଶୁ ଦୁଇଟି ସେଥିରେ ପୋଡ଼ି ଗଲେ। ଏ ଦୁଃଖଦ ଘଟଣାଟି ଘଟିଛି, କେନ୍ଦୁଝର ଜିଲ୍ଲା ବାଁଶପାଲ ବ୍ଳକ୍ ନୟାକଟ ଥାନା […]

child

Jitendra Garnayak
  • Published: Friday, 14 December 2018
  • , Updated: 14 December 2018, 03:00 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): ଘରେ କେହି ନଥିଲେ। ସମସ୍ତେ ଜମିକୁ କାମ କରିବାକୁ ଯାଇଥିଲେ। ୩ ବର୍ଷର ଛୁଆ ଦୁଇଟି ଘର ଅଗଣାରେ ଖେଳୁ ଥିଲେ। ଖେଳୁ ଖେଳୁ ପାଳଗଦାରେ ନିଆଁ ଲଗାଇ ପାଖରେ ଥିବା ଘୁଷୁରି ଗୁହାଳେ ଲୁଚି ଯାଇଥିଲେ। ତେବେ ପାଳଗଦାରୁ ନିଆଁ ଯାଇ ଘୁଷୁରି ଗୁହାଳରେ ଲାଗି ଗଲା ଓ ଶିଶୁ ଦୁଇଟି ସେଥିରେ ପୋଡ଼ି ଗଲେ। ଏ ଦୁଃଖଦ ଘଟଣାଟି ଘଟିଛି, କେନ୍ଦୁଝର ଜିଲ୍ଲା ବାଁଶପାଲ ବ୍ଳକ୍ ନୟାକଟ ଥାନା ଅନ୍ତର୍ଗତ ଅଡ଼ାଳ ମୁଣ୍ଡା ସାହିରେ।

ମୃତ ଦୁଇ ଶିଶୁ ହେଲେ ରାହୁଲ ଓ ସାଗର ମୁଣ୍ଡା। ରାହୁଲ ହେଉଛି ଗାଁର କହ୍ନେଇ ମୁଣ୍ଡାଙ୍କ ପୁଅ। ଆଉ ସାଗର ହେଉଛି ତାଙ୍କ ପୁତୁରା ଅର୍ଥାତ୍ ତାଙ୍କ ସାନ ଭାଇ ହୃଦାନନ୍ଦଙ୍କ ପୁଅ।

ଉଭୟ କହ୍ନେଇ ଓ ହୃଦାନନ୍ଦଙ୍କ ପରିବାର ଲୋକେ ଜମିକୁ କାମ କରିବାକୁ ଯାଇଥିବା ବେଳେ ଏ ଘଟଣା ଘଟିଥିଲା। ଅର୍ଦ୍ଧଦଗ୍ଧ ପିଲାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ବାଁଶପାଳ ଅଞ୍ଚଳରେ ଲୋକେ ଘୁଷୁରି ରଖିବା ପାଇଁ ପ୍ରାୟ ୩ ଫୁଟ୍ ଉଚ୍ଚର ଛୋଟ ଛୋଟ ଗୁହାଳ କରି ଥାଆନ୍ତି। ଛୋଟ ଛୋଟ ଗୁହାଳ ଯୋଗୁ ପିଲା ଦୁଇଟି ବାହାରି ନ ପାରିବାରୁ ଏମିତି ଏକ ଘଟଣା ଘଟିଗଲା ବୋଲି କୁହାଯାଉଛି।

https://youtu.be/76AalPGoqvw

Related story