‘ତୁ ଚାଲି ଗଲୁ’ କହି ଟଳି ପଡ଼ିଲେ; ଏକାଠି ଉଠିଲା ଦୁଇ ଭାଇଙ୍କ କୋକେଇ

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): କଥାରେ ଅଛି ଭାଇ ହେଉଛି ଭଗାରି। ଯେତେ ଭାଇ ସେତେ ଘର। ହେଲେ ଏସବୁ କଥା ଭୁଲ ପ୍ରମାଣିତ ହୋଇଛି ଅନୁଗୋଳ ଜିଲ୍ଲା ପାଲଲହଡ଼ା ରାଜବଂଶରେ। ଗତକାଲି ରାତିରେ ବଡ଼ ଭାଇ ଦୀପକ କୁମାର ପାଲଙ୍କ ମୃତଦେହ ଦେଖୁ ଦେଖୁ ‘ତୁ ଚାଲି ଗଲୁ’ କହି ଭୋ ଭୋ କାନ୍ଦି ଟଳି ପଡ଼ିଥିଲେ ସାନ ଭାଇ ତ୍ରିମୂଳ ପ୍ରସାଦ ପାଲ। ଫଳରେ ଆଜି ସକାଳେ ଘରୁ ଏକା ସାଙ୍ଗରେ ଦୁଇଟି କୋକେଇ […]

pal

pal

Niharika Rout
  • Published: Saturday, 02 November 2019
  • Updated: 02 November 2019, 11:54 AM IST

Sports

Latest News

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): କଥାରେ ଅଛି ଭାଇ ହେଉଛି ଭଗାରି। ଯେତେ ଭାଇ ସେତେ ଘର। ହେଲେ ଏସବୁ କଥା ଭୁଲ ପ୍ରମାଣିତ ହୋଇଛି ଅନୁଗୋଳ ଜିଲ୍ଲା ପାଲଲହଡ଼ା ରାଜବଂଶରେ। ଗତକାଲି ରାତିରେ ବଡ଼ ଭାଇ ଦୀପକ କୁମାର ପାଲଙ୍କ ମୃତଦେହ ଦେଖୁ ଦେଖୁ ‘ତୁ ଚାଲି ଗଲୁ’ କହି ଭୋ ଭୋ କାନ୍ଦି ଟଳି ପଡ଼ିଥିଲେ ସାନ ଭାଇ ତ୍ରିମୂଳ ପ୍ରସାଦ ପାଲ। ଫଳରେ ଆଜି ସକାଳେ ଘରୁ ଏକା ସାଙ୍ଗରେ ଦୁଇଟି କୋକେଇ ଉଠିଥିଲା। ଆଉ ଏ ଘଟଣାକୁ ନେଇ ପୂରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଦୀପକ କୁମାର ପାଲ୍ ଓ ତ୍ରିମୂଳ ପ୍ରସାଦ ପାଲ୍‌ ଥିଲେ ସ୍ୱର୍ଗତ ଲାଲ୍‌ସାହେବଙ୍କ ପୁଅ। ଦୀପକ କ୍ୟାନ୍‌ସରରେ ଆକ୍ରାନ୍ତ ଥିଲେ। ପ୍ରାୟ ୨୦ ଦିନ ଧରି କଟକରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ରାତିରେ ତାଙ୍କ ମୃତଦେହକୁ ସିଡ଼ିଙ୍ଗ ଅଣାଯାଇଥିଲା। ବଡ଼ ଭାଇର ମୃତଦେହ ଦେଖି ‘ତୁ ଚାଲି ଗଲୁ’ କହି ଭୋ ଭୋ ହୋଇ କାନ୍ଦିଥିଲେ ତ୍ରିମୂଳ। ଏହା ପରେ ସେ ଚେତା ହରାଇ ପଡ଼ି ଯାଇଥିଲେ। ଦୀପକଙ୍କ ପାଇଁ କୋକେଇ ବନ୍ଧା ଚାଲିଥିବା ବେଳେ ପରିବାର ଲୋକେ ତ୍ରିମୂଳଙ୍କୁ ପାଲଲହଡ଼ା ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏ ଖବର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ ବୁକୁଫଟା କାନ୍ଦରେ କମ୍ପି ଉଠିଥିଲା ପୂରା ଗାଁ। ସେମାନଙ୍କୁ ସାନ୍ତ୍ୱନା ଦେବାକୁ ସାହି ପଡ଼ିଶାଙ୍କ ପାଟିରେ ବି ଭାଷା ନଥିଲା। ସେମାନେ ବି ସ୍ତବ୍ଧ ହୋଇଯାଇଥିଲେ।

ପାଲଲହଡ଼ା ଡାକ୍ତରଖାନାରୁ ତ୍ରିମୂଳଙ୍କ ମୃତଦେହ ଅଣାଯିବା ପରେ ଦୁଇ ଭାଇଙ୍କ କୋକେଇ ଏକାସାଙ୍ଗରେ ଘରୁ ଉଠିଥିଲା। ପାଖାପାଖି ଦୁଇଟି ଜୁଇରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story