ସଉଦା ନେଇ ଘରକୁ ଫେରୁଥିଲେ ଦୁଇ ଭଉଣୀ, ବାଟରେ କୂଅ ନେଇଗଲା ଜୀବନ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଦୋକାନରୁ ଘରକୁ ଫେରୁଥିବା ବେଳେ କୂଅରେ ଗଳି ପଡ଼ିଲେ ଦୁଇ ଭଉଣୀ। ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇପାଳ ଗାଁରେ ଘଟିଛି। କହ୍ନେଇପାଳ ଗାଁର ପ୍ରଦୀପ ପାତ୍ରଙ୍କ ୬ ବର୍ଷର ଝିଅ ପ୍ରିୟଙ୍କା ପାତ୍ର ଓ ଶେଷ ପାତ୍ରଙ୍କ ୫ ବର୍ଷର ଝିଅ ଶ୍ରୁତି ପାତ୍ର ଉଭୟ ସମ୍ପର୍କୀୟ ଭଉଣୀ। ଆଜି ସନ୍ଧ୍ୟା ବେଳେ ଦୁଇ ଭଉଣୀ ଗାଁ […]

well

Manoranjan Sial
  • Published: Saturday, 31 July 2021
  • , Updated: 31 July 2021, 09:06 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଦୋକାନରୁ ଘରକୁ ଫେରୁଥିବା ବେଳେ କୂଅରେ ଗଳି ପଡ଼ିଲେ ଦୁଇ ଭଉଣୀ। ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇପାଳ ଗାଁରେ ଘଟିଛି।

କହ୍ନେଇପାଳ ଗାଁର ପ୍ରଦୀପ ପାତ୍ରଙ୍କ ୬ ବର୍ଷର ଝିଅ ପ୍ରିୟଙ୍କା ପାତ୍ର ଓ ଶେଷ ପାତ୍ରଙ୍କ ୫ ବର୍ଷର ଝିଅ ଶ୍ରୁତି ପାତ୍ର ଉଭୟ ସମ୍ପର୍କୀୟ ଭଉଣୀ। ଆଜି ସନ୍ଧ୍ୟା ବେଳେ ଦୁଇ ଭଉଣୀ ଗାଁ ନିକଟରେ ଥିବା ଦୋକାନକୁ ସଉଦା ଆଣିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ସମୟରେ ଗ୍ରାମ ପାଖରେ ଥିବା କୂଅରେ ଖସି ପଡ଼ିଥିଲେ। ସେପଟେ ଘରକୁ ଫେରିବାରେ ବିଳମ୍ୱ ହେବାରୁ ଦୁଇ ଭଉଣୀଙ୍କୁ ସେମାନଙ୍କ ପରିବାର ଲୋକେ ଖୋଜି ଥିଲେ। ମାତ୍ର ପାଇନଥିଲେ।

ପରେ ଉଭୟଙ୍କ ପରିବାର ଲୋକେ ନିର୍ମାଣାଧୀନ କୂଳରେ ଟର୍ଚ୍ଚ ପକାଇଥିଲେ। ସେତେବେଳେ କୂଅରେ ଦୁଇ ଭଉଣୀ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ପରେ ସେମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Related story