ରଙ୍ଗ ରୁଟ୍‌ରେ ଆସି ୨ ନୀରିହ ଶିଶୁଙ୍କ ଜୀବନ ନେଇଗଲା ଭ୍ୟାନ୍‌

ଢେଙ୍କାନାଳ:(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର  ବାଜିଚୌକ ଫ୍ଲାଇଓଭର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।   ଦୁର୍ଘଟଣାରେ ଚାଲିଯାଇଛି ୨ ନୀରିହ ଶିଶୁଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭତ୍ତି କରାଯାଇଛି। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମୃତ ନାବାଳିକାଙ୍କ ଘରଲୋକେ ମହୁ ବିକ୍ରି କରି ପରିବାର ଚଳାନ୍ତି। ହେଲେ ଘର ଲୋକେ ବାହାରକୁ ଯାଇଥିବା ବେଳେ ପିଲାମାନେ ଖେଳୁଥିଲେ। […]

yiop

Tapas Behera
  • Published: Monday, 15 February 2021
  • , Updated: 15 February 2021, 04:27 PM IST

ଢେଙ୍କାନାଳ:(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର  ବାଜିଚୌକ ଫ୍ଲାଇଓଭର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।   ଦୁର୍ଘଟଣାରେ ଚାଲିଯାଇଛି ୨ ନୀରିହ ଶିଶୁଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭତ୍ତି କରାଯାଇଛି। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମୃତ ନାବାଳିକାଙ୍କ ଘରଲୋକେ ମହୁ ବିକ୍ରି କରି ପରିବାର ଚଳାନ୍ତି। ହେଲେ ଘର ଲୋକେ ବାହାରକୁ ଯାଇଥିବା ବେଳେ ପିଲାମାନେ ଖେଳୁଥିଲେ। ଫ୍ଲାଇଓଭର ନିକଟରେ ପିଲାମାନେ ଖେଳୁଥିବା ବେଳେ ରଙ୍ଗରୁଟ୍‌ରେ  ଆସୁଥିବା ଏକ ଭ୍ୟାନ୍ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି।

Related story