ପେଟ ଫୁଲିବାରୁ ଓ ନାହି ପାଚିବାରୁ ଦେଇ ଦେଲେ ଚେଙ୍କ, ଦୁଇ ଶିଶୁ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ଼ ୨ଜଣ ଶିଶୁକୁ ଚେଙ୍କ ଦିଆଯାଇ ଥିବା ଅଭିଯୋଗ ହୋଇଛି। ପେଟ ଫୁଲିବା ଓ ନାହି ପାଚିବାରୁ ୭ ଦିନର ଶିଶୁପୁତ୍ର ଓ ଅନ୍ୟ ଏକ ୧୮ ମାସର ଶିଶୁ କନ୍ୟା ଦେହରେ ଚେଙ୍କ ଦିଆଯାଇଛି।

ହରିଚନ୍ଦନପୁର ବ୍ଲକର ଦୁର୍ଗମ ଅଞ୍ଚଳ ବହରାଗୁଡ଼ା ଗାଁର ଶିଶୁ ପୁତ୍ରଟିକୁ ତା’ର ଜେଜେମା ଚେଙ୍କ ଦେଇଥିବା ବେଳେ ସଦର ବ୍ଲକ କୁସୁମିତା ଗାଁ ନିକଟ ପାଟପାଣି ସାହିର ଶିଶୁକନ୍ୟାକୁ ବାପା ବୈଦ୍ୟ ପାଖକୁ ନେଇ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।

ଉଭୟ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଶିଶୁକନ୍ୟାଟି ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।