କମିଶନରେଟ୍ ପୁଲିସର ଦୁଇ କନଷ୍ଟେବଲଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍ ପୁଲିସ ରିଜର୍ଭ ଲାଇନର ଦୁଇ କନଷ୍ଟେବଲ କରୋନାରେ ସଂକ୍ରମିତ ହୋଇଛନ୍ତି। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ପୁଲିସ କମିଶନର କହିଛନ୍ତି ଯେ, ଦୁଇ କନଷ୍ଟେବଲ ଛୁଟିରୁ ଫେରି ଆଇସୋଲେସନରେ ଥିଲେ। ସେମାନଙ୍କର କରୋନା ଟେଷ୍ଟ ହେବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ଘର କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲ୍ଲାର। ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ରାଜଧାନୀରୁ ଆଉ ୫୨ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ […]

lock-1

Tapaswini Nayak
  • Published: Sunday, 19 July 2020
  • , Updated: 19 July 2020, 04:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍ ପୁଲିସ ରିଜର୍ଭ ଲାଇନର ଦୁଇ କନଷ୍ଟେବଲ କରୋନାରେ ସଂକ୍ରମିତ ହୋଇଛନ୍ତି। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।

ପୁଲିସ କମିଶନର କହିଛନ୍ତି ଯେ, ଦୁଇ କନଷ୍ଟେବଲ ଛୁଟିରୁ ଫେରି ଆଇସୋଲେସନରେ ଥିଲେ। ସେମାନଙ୍କର କରୋନା ଟେଷ୍ଟ ହେବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ଘର କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲ୍ଲାର। ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରୁ ଆଉ ୫୨ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏହା ସହିତ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୨୩ ଜଣ ସୁସ୍ଥ ହୋଇଥିବା ବେଳେ ୬୪୬ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ କରୋନାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

Related story