ସୁନ୍ଦରଗଡ଼ ଜିଲ୍ଲାରେ ୨ କରୋନା ପଜିଟିଭ୍ ଚିହ୍ନଟ

ରାଉରକେଲା (ପବନ ତିୱାରୀ/ସତ୍ୟାନନ୍ଦ ମହାନ୍ତି): ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ଏହି କରୋନା ଆକ୍ରାନ୍ତ ଦ୍ୱୟ ଜିଲ୍ଲାର ବିଶ୍ରା ଅଞ୍ଚଳର। ଏହି ସୂଚନା ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସ୍‌ପି […]

corona

Jitendra Garnayak
  • Published: Sunday, 12 April 2020
  • , Updated: 12 April 2020, 02:41 PM IST

ରାଉରକେଲା (ପବନ ତିୱାରୀ/ସତ୍ୟାନନ୍ଦ ମହାନ୍ତି): ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି।

ଏହି କରୋନା ଆକ୍ରାନ୍ତ ଦ୍ୱୟ ଜିଲ୍ଲାର ବିଶ୍ରା ଅଞ୍ଚଳର। ଏହି ସୂଚନା ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣି, ଏଡିଏମ୍‌ ଓ ସିଡିଏମ୍‌ଓ ପ୍ରମୁଖ ବିଶ୍ରାରେ ପହଞ୍ଚି ଉକ୍ତ ଅଞ୍ଚଳରେ ପ୍ରତିଷେଧକ ମୂଳକ କାମ ଆରମ୍ଭ କରି ଦେଇଛନ୍ତି। ବିଶ୍ରାର ୫ଟି ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା କରୋନା ରୋଗୀମାନେ ହାଇଟେକ୍ ହସ୍‌ପିଟାଲ୍‌ରେ ଖୋଲିଥିବା କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଏହି ୪ଟି ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଯାଇଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୪୧ଟି ଆକ୍ଟିଭ୍ କେସ୍ ଅଛି ଅର୍ଥାତ୍ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ସେମାନଙ୍କ ଚିକିତ୍ସା ଚାଲିଛି। ପଶ୍ଚିମ ଓଡ଼ିଶାରେ ପ୍ରଥମେ କଳାହାଣ୍ଡିରୁ ଜଣେ ଯୁବକ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସି ଆଉ ଜଣେ ଏଥିରେ ଆକ୍ରାନ୍ତ ହୋଇଥିଲେ। କଳାହାଣ୍ଡିରୁ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲାର ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।

Related story