ଛିଙ୍କିଲେ ୨୯ଫୁଟ୍ ଓ କାଶିଲେ ୧୯ ଫୁଟ୍‌ ପର୍ଯ୍ୟନ୍ତ ସଂକ୍ରମଣର ଆଶଙ୍କା ଥାଏ: ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ ଯୋଗୁ ଗାଁ ଗହଳିରେ ଏବେ ତାସ୍ ଖେଳ ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନା ସଂକ୍ରମଣ ରୋକିବା ପାଇଁ ତାସ୍ ବା ପଶା ଖେଳରୁ ନିବୃତ୍ତ ରହିବା ନିମନ୍ତେ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏପରିକି କାଶ ଓ ଛିଙ୍କ ଯୋଗୁ ୧୯ରୁ ୨୯ଫୁଟ୍ ପର୍ଯ୍ୟନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ସଂକ୍ରମିତ ହେବାର ଆଶଙ୍କା ଥାଏ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତୋ […]

subrat-3

subrat-3

Manoranjan Sial
  • Published: Saturday, 11 April 2020
  • Updated: 11 April 2020, 07:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ ଯୋଗୁ ଗାଁ ଗହଳିରେ ଏବେ ତାସ୍ ଖେଳ ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନା ସଂକ୍ରମଣ ରୋକିବା ପାଇଁ ତାସ୍ ବା ପଶା ଖେଳରୁ ନିବୃତ୍ତ ରହିବା ନିମନ୍ତେ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏପରିକି କାଶ ଓ ଛିଙ୍କ ଯୋଗୁ ୧୯ରୁ ୨୯ଫୁଟ୍ ପର୍ଯ୍ୟନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ସଂକ୍ରମିତ ହେବାର ଆଶଙ୍କା ଥାଏ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆଜି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତୋ ବାଗଚୀ ନିୟମିତ ବୁଲେଟିନରେ କହିଛନ୍ତି ଯେ, ଗାଁ ଗହଳିରେ ତାସ ଖେଳ ଯୋଗୁ କରୋନା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। କାରଣ କାଶ ବା ଛିଙ୍କର ସାମାନ୍ୟତମ କଣିକା କେତେ ଦୂର ସଂକ୍ରମଣର ଆଶଙ୍କା ବଢ଼ାଇଥାଏ ତାହା ସମସ୍ତେ ଜାଣିବା ଉଚିତ୍। ଜଣେ ବ୍ୟକ୍ତି ଛିଙ୍କିଲେ ତାଙ୍କ ନାକ ବା ପାଟିରୁ ବାହାରୁଥିବା କଣିକା ପ୍ରାୟ ୨୯ଫୁଟ ପର୍ଯ୍ୟନ୍ତ ଟ୍ରାଭେଲ୍ କରିଥାଏ। ସେହିପରି ଜଣେ ବ୍ୟକ୍ତି କାଶିଲେ ସେଥିରୁ ବାହାରୁଥିବା ଛିଦ୍ର ବା କଣିକା ପ୍ରାୟ ୧୯ଫୁଟ ପର୍ଯ୍ୟନ୍ତ ଟ୍ରାଭେଲ୍ କରେ। ତେଣୁ ତାସ୍ ବା ପଶା ଖେଳିବା ସମୟରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି ଓ ବର୍ତ୍ତମାନ ସମୟରେ ଏଭଳି ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ନିଜକୁ ଘର ଭିତରେ ସୁରକ୍ଷିତ ରଖିବା ଉଚିତ୍ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ଏହାସହିତ ସେ କହିଥିଲେ ଯେ, ଏବେ ୧୬୦୦ ଆୟୁଷ ଡାକ୍ତର ଓ କର୍ମଚାରୀଙ୍କ ସମେତ ୪ଟି ଦନ୍ତ ମହାବିଦ୍ୟାଳୟର ତୃତୀୟ ଓ ଚତୁର୍ଥ ବର୍ଷର ପ୍ରାୟ ୯୦୬ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଇଛ। ସେହିପରି ଏପ୍ରିଲ ୧୦ତାରିଖ ସୁଦ୍ଧା ୧ଲକ୍ଷ ୧୭ହଜାର ୨୭୯ଜଣ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ କରୋନା ସଂକ୍ରମଣର ମୁକାବିଲା ପାଇଁ ମୌଳିକ ତାଲିମ ଦିଆଯାଇଛି। ପଞ୍ଜିକୃତ ଶ୍ରମିକମାନଙ୍କୁ ୧୫୦୦ଟଙ୍କାର ସହାୟତା ସେମାନଙ୍କ ଘର ଦ୍ୱାରରେ ଦିଆଯାଉଛି। ଏଥିପାଇଁ କୌଣସି ଦଲାଲଙ୍କ ସହାୟତା ନନେବା ପାଇଁ ଶ୍ରମ ଆୟୁକ୍ତ ପରାମର୍ଶ ଦେଇଥିବା ଶ୍ରୀ ବାଗଚୀ କହିଛନ୍ତି। ସେହିପରି ଲକଡାଉନ୍ ସମୟରେ ଶହଶହ କିଲୋମିଟର ଗାଡ଼ି ଚଳାଇ ଟ୍ରକ ଡ୍ରାଇଭର ଓ ହେଲପରମାନେ ଆମମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଉଛନ୍ତି। ସେମାନେ ଭାଙ୍ଗିପଡ଼ିଲେ ଚୁଲି ଜଳିବା ବନ୍ଦ ହୋଇଯିବ ଅନେକ ସ୍ଥାନରେ ଗ୍ରାମବାସୀମାନେ ଖାଇବାକୁ ଗଣ୍ଡେ ଦେବା ପରିବର୍ତ୍ତେ ବିରୋଧ କରୁଛନ୍ତି। ତେଣୁ ଟ୍ରକ ଡ୍ରାଇଭରମାନଙ୍କୁ ସମ୍ମାନ ଦେବା ସହ ଖରାତରାରେ ଟିକେ ପାଣି ସରବତ ଓ ଖାଇବାକୁ ଦିଅନ୍ତୁ ବୋଲି ଶ୍ରୀ ବାଗଚୀ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story