ରାଜଧାନୀରେ ଏନ୍‌କାଉଣ୍ଟର: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଏନକାଉଣ୍ଟର। ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଡକାୟତ ଆହତ ହୋଇଛନ୍ତି। ସେମାନଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ ଓ ଦୁଇଟି ଗୁଳି ଜବତ କରିଛି। ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି। ବାଲିପାଟଣା ଥାନା ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ହରି ମେଣ୍ଟାଲ ଓ ଲିପୁ ଥିବା ପୋଲିସ ଜାଣିପାରି ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଗୁଳି ଚଳାଇ ଥିଲେ। ଏହାର ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା। ଫଳରେ […]

Two criminal injure in bbsr encounter

Rakesh Mallick
  • Published: Tuesday, 09 January 2018
  • , Updated: 09 January 2018, 07:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଏନକାଉଣ୍ଟର। ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଡକାୟତ ଆହତ ହୋଇଛନ୍ତି। ସେମାନଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ ଓ ଦୁଇଟି ଗୁଳି ଜବତ କରିଛି। ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି।

ବାଲିପାଟଣା ଥାନା ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ହରି ମେଣ୍ଟାଲ ଓ ଲିପୁ ଥିବା ପୋଲିସ ଜାଣିପାରି ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଗୁଳି ଚଳାଇ ଥିଲେ। ଏହାର ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା। ଫଳରେ ହରି ଓ ଲିପୁ ଆହତ ହୋଇଥିଲେ। ସେମାନଙ୍କୁ ଗୋଡ଼ରେ ଗୁଳି ବାଜିଥିଲା। ପୋଲିସ ସେମାନଙ୍କୁ ଗିରଫ କରି କ୍ୟାପିଟାଲ ମେଡ଼ିକାଲରେ ଭର୍ତ୍ତି କରିଥିଲା।

ହରି ଓ ଲିପୁଙ୍କ ନାଁରେ ସହିଦନଗର, ଖଣ୍ଡଗିରି, ବାଲିଅନ୍ତା ଓ ବାଲିପାଟଣା ସମେତ ବିଭିନ୍ନ ଜିଲ୍ଲାରେ ନାଁରେ ବହୁ ଡକାୟତି ମାମଲା ରହିଛି। କିଛି ମାସ ହେଲା ଏହି ଦୁଇ ଡକାୟତ ସକ୍ରିୟ ରହିଥିଲେ। ଏମାନଙ୍କ ଗିରଫ ଦାରୀ ପରେ ଏକାଧିକ ଅପରାଧୀକ ମାମଲାର ପର୍ଦ୍ଦାଫାସ ହୋଇପାରିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି।  ନୂଆବର୍ଷରେ କମିଶନରେଟ୍‌ ପୋଲିସ ଏହା ତୃତୀୟ ଏନ୍‌କାଉଣ୍ଟର।

Related story