ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ୨ ମୃତ, ୩ ଗୁରୁତର

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଈଶ୍ୱର ସତନାମୀ (୨୩) ଓ ତାରାଚନ ମାଝୀ (୩୦)। ଈଶ୍ୱରଙ୍କ ଗାଁ ଧରମବନ୍ଧାରେ ହୋଇଥିବା ବେଳେ ତାରାଚନଙ୍କ ଗାଁ ପଣ୍ଡରିପାନିରେ। ସେହିଭଳି ଆହତମାନେ ହେଲେ ଭୁରବ ସତନାମୀ, ନେତରାମ ସତନାମୀ ଓ […]

roadaccident00

Tapaswini Nayak
  • Published: Monday, 28 October 2019
  • , Updated: 28 October 2019, 03:36 PM IST

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ଈଶ୍ୱର ସତନାମୀ (୨୩) ଓ ତାରାଚନ ମାଝୀ (୩୦)। ଈଶ୍ୱରଙ୍କ ଗାଁ ଧରମବନ୍ଧାରେ ହୋଇଥିବା ବେଳେ ତାରାଚନଙ୍କ ଗାଁ ପଣ୍ଡରିପାନିରେ। ସେହିଭଳି ଆହତମାନେ ହେଲେ ଭୁରବ ସତନାମୀ, ନେତରାମ ସତନାମୀ ଓ ଜୀବନ ମାଝି। ଭୁରବ ଓ ନେତରାମଙ୍କ ଘର ଧରମବନ୍ଧାରେ। ସେହିଭଳି ଜୀବନଙ୍କ ଘର ପଣ୍ଡରିପାନିରେ।

ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story