ଭୁଶୁଡ଼ିଗଲା ଘର କାନ୍ଥ: ଦୁଇ ମୃତ, ଜଣେ ଆହତ

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ଘରମାଲିକ ବନମାଳୀ ସାହୁ(୬୦) ଓ ଚନ୍ଦନ ଲେଙ୍କା(୨୫)। ଆହତ ମଜୁରିଆଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ପଞ୍ଚାନନ ନାଥ। ଆଜି ସକାଳେ ଘର ମରାମତି କାମ କରୁଥିବା ସମୟରେ ଏହି ତିନି ଜଣଙ୍କ ଉପରେ କାନ୍ଥ […]

wall

Jitendra Garnayak
  • Published: Monday, 24 June 2019
  • , Updated: 24 June 2019, 11:13 AM IST

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।

ମୃତକମାନେ ହେଲେ ଘରମାଲିକ ବନମାଳୀ ସାହୁ(୬୦) ଓ ଚନ୍ଦନ ଲେଙ୍କା(୨୫)। ଆହତ ମଜୁରିଆଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ପଞ୍ଚାନନ ନାଥ।

ଆଜି ସକାଳେ ଘର ମରାମତି କାମ କରୁଥିବା ସମୟରେ ଏହି ତିନି ଜଣଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବନମାଳୀ ଓ ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଜୁନ୍ ୯ ତାରିଖରେ ଢେଙ୍କାନାଳରେ ଏକ ପରତ୍ୟକ୍ତ ରାଇସ୍ ମିଲ୍‌ର ପାଚେରି ଭୁଶୁଡ଼ି ଯିବାରୁ ୪ ଜଣ ଉଠା ଦୋକାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିଲେ। ସାପ୍ତାହିକ ହାଟ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।

Related story