ଟ୍ରେଲର ପଛରେ ପିଟି ହେଲା କଣ୍ଟେନର

ଯାଜପର (ଗୁଲାମ ଗସ): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ହାଟକରନ୍ଦା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଏକ ରଡ୍‌ ବୋଝେଇ ଟ୍ରେଲର ପଛରେ ଏକ କଣ୍ଟେନର ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି କଣ୍ଟେନରର ଡ୍ରାଇଭର ଓ ହେଲ୍‌ପର୍‌। ଉଭୟ ତାମିଲନାଡୁର ଧରମପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଆଜି ଭୋର୍ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। କଣ୍ଟେନରଟି କଟକ ଅଭିମୁଖେ ଯାଉଥିଲା। ବଡ଼ଚଣା […]

accident1

Jitendra Garnayak
  • Published: Monday, 01 July 2019
  • , Updated: 01 July 2019, 09:12 AM IST

ଯାଜପର (ଗୁଲାମ ଗସ): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ହାଟକରନ୍ଦା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଏକ ରଡ୍‌ ବୋଝେଇ ଟ୍ରେଲର ପଛରେ ଏକ କଣ୍ଟେନର ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଉଛନ୍ତି କଣ୍ଟେନରର ଡ୍ରାଇଭର ଓ ହେଲ୍‌ପର୍‌। ଉଭୟ ତାମିଲନାଡୁର ଧରମପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି।

ଆଜି ଭୋର୍ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। କଣ୍ଟେନରଟି କଟକ ଅଭିମୁଖେ ଯାଉଥିଲା। ବଡ଼ଚଣା ପୁଲିସ୍‌ ଶବ ଦୁଇଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

Related story