ବାଇକ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଦୁଇ ମୃତ

କଟକ (ପ୍ରଭାତ ବିଷୋୟୀ): କଟକ ଜିଲ୍ଲା ଜଗତପୁର-ସାଲେପୁର ରାସ୍ତାର ପୀରବଜାର ଠାରେ ଏକ ବାଇକ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ସେ ହେଲେ ସତ୍ୟଜିତ୍ ପାତ୍ର। ତାଙ୍କ ଘର ରାଜକନିକାରେ। ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ଆଜି ସକାଳ ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମାଲ୍ ବୋଝେଇ ଟ୍ରକଟି ସାଲେପୁର ଆଡ଼କୁ ଯାଉଥିବା ବେଳେ […]

cuttack-

cuttack-

Jyoshna Pradhan
  • Published: Monday, 27 January 2020
  • Updated: 27 January 2020, 02:40 PM IST

Sports

Latest News

କଟକ (ପ୍ରଭାତ ବିଷୋୟୀ): କଟକ ଜିଲ୍ଲା ଜଗତପୁର-ସାଲେପୁର ରାସ୍ତାର ପୀରବଜାର ଠାରେ ଏକ ବାଇକ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ସେ ହେଲେ ସତ୍ୟଜିତ୍ ପାତ୍ର। ତାଙ୍କ ଘର ରାଜକନିକାରେ। ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମାଲ୍ ବୋଝେଇ ଟ୍ରକଟି ସାଲେପୁର ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା।  ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌କୁ ଅଟକ ରଖିଥିଲେ। ଖବର ପାଇ ଜଗତପୁର ପୁଲିସ୍‌ ପହଞ୍ଚି ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର୍ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos