ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରଥରେ ଲାଗିଗଲା ନିଆଁ, ୨ ମୃତ ୭ ଆହତ

ଯାଜପୁର(ଅଭୟ ପତି ):ରଥଯାତ୍ରାରେ ଅଘଟଣ। ଅକାଳରେ ଝଡ଼ିପଡ଼ିଲା ୨ ଜୀବନ।  ଲୌହରେ ନିର୍ମିତ ରଥରେ ବିଦ୍ୟୁତ୍‌ ତାର ଲାଗି ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା କାଳିଆପାଣି ଟିସ୍କୋ ମାଇନ୍ସ କଲୋନୀ ନିକଟରେ ଏହି ଅଘଟଣ ଘଟିଛି। ରଥ ଟଣା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ସୁଚିତ୍ର ଲେଙ୍କା ଓ ଭରତ ରାୟ। ଏଥିରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଏମାନଙ୍କ […]

RATH-jajpur

Tapas Behera
  • Published: Thursday, 04 July 2019
  • , Updated: 04 July 2019, 07:19 PM IST

ଯାଜପୁର(ଅଭୟ ପତି ):ରଥଯାତ୍ରାରେ ଅଘଟଣ। ଅକାଳରେ ଝଡ଼ିପଡ଼ିଲା ୨ ଜୀବନ।  ଲୌହରେ ନିର୍ମିତ ରଥରେ ବିଦ୍ୟୁତ୍‌ ତାର ଲାଗି ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା କାଳିଆପାଣି ଟିସ୍କୋ ମାଇନ୍ସ କଲୋନୀ ନିକଟରେ ଏହି ଅଘଟଣ ଘଟିଛି। ରଥ ଟଣା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ସୁଚିତ୍ର ଲେଙ୍କା ଓ ଭରତ ରାୟ।

ଏଥିରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ପ୍ରତି ବର୍ଷ ଭଳି ଏଥର ମଧ୍ୟ ଟିସ୍କୋ କମ୍ପାନୀ ପକ୍ଷରୁ ଲୁହାରେ ରଥ ନିର୍ମାଣ କରାଯାଇଥିଲା। ରଥଟିକୁ ଆଜି ଅପରାହ୍ନରେ ଟାଣିବା ପାଇଁ ପ୍ରସ୍ତୁତ କରାଯାଉଥିଲା । ସେ ସମୟରେ ରଥରେ ଦିଅଁ ନଥିଲେ। ତେବେ କୌଣସି କାରଣବଶତଃ ରଥଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ରଥରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story