କାଳବୈଶାଖୀ ନେଲା ମା’,ଝିଅଙ୍କ ଜୀବନ

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଭଇଁଷାଟାଲ ପଞ୍ଚାୟତର ଭଣ୍ଡାରପୁରୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘର ଉପରେ ଗଛ ପଡ଼ିଯିବାରୁ ମା’ଝିଅଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ  ଗଣେଶୀ ତାଣ୍ଡି ଓ ତାଙ୍କ ଝିଅ ତୁଳସୀ ତାଣ୍ଡି। ଗଣେଶୀଙ୍କ ସ୍ୱାମୀ ପୁନିତରାମ ତାଣ୍ଡିଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ପୁନିତରାମଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ଏ ଘଟଣା ଘଟିଥିଲା। ବିଳମ୍ୱିତ ରାତିରେ ସେଠାରେ […]

death

Jyoshna Pradhan
  • Published: Saturday, 20 April 2019
  • , Updated: 20 April 2019, 10:06 AM IST

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଭଇଁଷାଟାଲ ପଞ୍ଚାୟତର ଭଣ୍ଡାରପୁରୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘର ଉପରେ ଗଛ ପଡ଼ିଯିବାରୁ ମା’ଝିଅଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ  ଗଣେଶୀ ତାଣ୍ଡି ଓ ତାଙ୍କ ଝିଅ ତୁଳସୀ ତାଣ୍ଡି।

ଗଣେଶୀଙ୍କ ସ୍ୱାମୀ ପୁନିତରାମ ତାଣ୍ଡିଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ପୁନିତରାମଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ଏ ଘଟଣା ଘଟିଥିଲା। ବିଳମ୍ୱିତ ରାତିରେ ସେଠାରେ କାଳବୈଶାଖୀ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ତାଙ୍କ ଘର ପାଖରେ ଥିବା ଏକ ବିରାଟ ଗଛ ଉପୁଡ଼ି ଯାଇଥିଲା ଓ ଘର ଉପରେ ପଡ଼ିଯାଇଥିଲା। ଫଳରେ ଗଣେଶୀ ଓ ତୁଳସୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଦମକଳବାହିନୀ ପହଞ୍ଚି ପୁନିତରାମଙ୍କୁ ଉଦ୍ଧାର କରିଥିଲା।

Related story