ବାଇକ୍-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ୬୦ନମ୍ବର ଜାତୀୟ ରାଜପଥରେ ଅଲାଲପୁର ବାଇପାସ ନିକଟରେ ବାଇକ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ଦୁଇ ମୃତକଙ୍କ ମଧ୍ୟରୁ ଜଣେ ହେଲେ ରାଜେଶ ଦାସ। ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ରାଜେଶ ଓ ଅନ୍ୟ ଜଣେ ବ୍ୟକ୍ତି ବାଇକ ଯୋଗେ ବାଲେଶ୍ୱରରୁ ଆସୁଥିଲେ। ଏହି ସମୟରେ ପଶ୍ଚିମବଙ୍ଗରୁ ଆସୁଥିବା ଏକ […]

Untitled-1

Tapaswini Nayak
  • Published: Thursday, 02 December 2021
  • , Updated: 02 December 2021, 04:04 PM IST

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ୬୦ନମ୍ବର ଜାତୀୟ ରାଜପଥରେ ଅଲାଲପୁର ବାଇପାସ ନିକଟରେ ବାଇକ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ଦୁଇ ମୃତକଙ୍କ ମଧ୍ୟରୁ ଜଣେ ହେଲେ ରାଜେଶ ଦାସ। ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ରାଜେଶ ଓ ଅନ୍ୟ ଜଣେ ବ୍ୟକ୍ତି ବାଇକ ଯୋଗେ ବାଲେଶ୍ୱରରୁ ଆସୁଥିଲେ। ଏହି ସମୟରେ ପଶ୍ଚିମବଙ୍ଗରୁ ଆସୁଥିବା ଏକ ୧୨ଚକିଆ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରାଜେଶ ଓ ଅନ୍ୟ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଟ୍ରକ୍‌ଟି ମଧ୍ୟ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ାରେ ଓଲଟି ପଡ଼ିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ବେଳେ ପୁଲିସ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story