ଟ୍ରକ୍‌ ପଛରେ ପିଟି ହେଲା କାର୍

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଟାଙ୍ଗୀ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ଆଜି ସକାଳେ ନିଗୁଣ୍ଡୀ ଟୋଲଗେଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଯାଜପୁରରୁ କଟକ ଆଡ଼କୁ ଯାଉଥିବା ଏକ କାର୍‌ ଦ୍ରୁତଗତିରେ ଆସି ଟ୍ରକ୍‌ ପଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ହିଁ କାର […]

car

Jitendra Garnayak
  • Published: Monday, 01 July 2019
  • , Updated: 01 July 2019, 01:43 PM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଟାଙ୍ଗୀ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ମୃତାହତଙ୍କ ପରିଚୟ ମିଳିପାରି ନାହିଁ।

[caption id="attachment_400794" align="aligncenter" width="750"] କାର୍‌ କବାଟ[/caption]

ଆଜି ସକାଳେ ନିଗୁଣ୍ଡୀ ଟୋଲଗେଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଯାଜପୁରରୁ କଟକ ଆଡ଼କୁ ଯାଉଥିବା ଏକ କାର୍‌ ଦ୍ରୁତଗତିରେ ଆସି ଟ୍ରକ୍‌ ପଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ହିଁ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଟାଙ୍ଗୀ ପୁଲିସ୍‌ କାର୍‌ରେ ଥିବା ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନା ପଠାଇଥିଲା। ତେବେ ଡାକ୍ତରଖାନା ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଟ୍ରକ୍‌ଟି ସେଠାରୁ ପଳାଇ ଯାଇଥିଲା। ଦୁର୍ଘଟଣାଗ୍ରସ୍ତ କାର୍‌ଟିକୁ ପୁଲିସ୍‌ ଜବତ କରିଛି।

Related story