ଯାତ୍ରା ଦେଖି ଫେରୁଥିବା ବେଳେ...

ବାରିପଦା (ଓଡ଼ିଶା ରିପୋର୍ଟର): ଯାତ୍ରା ଦେଖି ଭୋର୍‌ ସମୟରେ ଫେରୁଥିଲେ। ହେଲେ ଘରେ ପହଞ୍ଚି ପାରିଲେନି। ବାଟରେ ପିଟି ଦେଇ ଚାଲିଗଲା କୌଣସି ଅଜଣା ଗାଡ଼ି। ବାଇକ୍‌ର ଆଗ ଚକ ବାହାରି ଯାଇଥିଲା। ଜଣେ ମୁହଁ ମାଡ଼ି ରାସ୍ତା ଉପରେ ପଡ଼ିଥିଲେ। ଆଉ ଜଣେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଛକରେ। ଏହି […]

accident

Jitendra Garnayak
  • Published: Sunday, 04 November 2018
  • , Updated: 04 November 2018, 08:59 AM IST

ବାରିପଦା (ଓଡ଼ିଶା ରିପୋର୍ଟର): ଯାତ୍ରା ଦେଖି ଭୋର୍‌ ସମୟରେ ଫେରୁଥିଲେ। ହେଲେ ଘରେ ପହଞ୍ଚି ପାରିଲେନି। ବାଟରେ ପିଟି ଦେଇ ଚାଲିଗଲା କୌଣସି ଅଜଣା ଗାଡ଼ି। ବାଇକ୍‌ର ଆଗ ଚକ ବାହାରି ଯାଇଥିଲା। ଜଣେ ମୁହଁ ମାଡ଼ି ରାସ୍ତା ଉପରେ ପଡ଼ିଥିଲେ। ଆଉ ଜଣେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।

ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଛକରେ। ଏହି ଦୁଇ ଯୁବକ ଯାତ୍ରା ଦେଖି ଭୋର୍ ପ୍ରାୟ ୫ଟା ବେଳେ ୧୮ ନମ୍ବର ଜାତୀୟ ରଜପଥରେ ବାଇକ୍ ଯୋଗେ ଫେରୁଥିବା ବେଳେ ଅଜଣା ଗାଡ଼ି ସେମାନଙ୍କୁ ପିଟି ଦେଇ ଚାଲିଯାଇଥିଲା ବୋଲି ଜଣାପଡ଼ିଛି।

ମୃତକ ଦ୍ୱୟ ହେଲେ ଦୀପକ ସେଠୀ ଓ ଲିପୁନ୍ ସାହୁ। ଦୁହେଁ ଯାକ ସାରଶକଣା ଗାଁର। ସେମାନେ ପାଖ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ ବୋଲି ସୂଚନା ମିଳିଛି।

ପୁଲିସ୍ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଜାରି ରଖିଛି।

Related story