ଖରାପ ପାଗ ଓହ୍ଲାଇ ଦେଲାନି, ୨ଟି ବିମାନକୁ କୋଲକାତା ପଠାଗଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଗ ଖରାପ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରୁ ଫେରିଗଲା ଦୁଇଟି ବିମାନ। ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିନପାରିବାରୁ ଦୁଇଟି ବିମାନକୁ କୋଲକାତା ବିମାନବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବାଙ୍ଗାଲୋର-ଭୁବନେଶ୍ୱର ଇଣ୍ଡିଗୋ ୩୧୨ ବିମାନ କୋଲକାତାରେ ଅବତରଣ କରିଛି।  ସେହିପରି ହାଇଦ୍ରାବାଦ-ଭୁବନେଶ୍ୱର ଏୟାର ଏସିଆ ୧୫୬୪ ବିମାନ ମଧ୍ୟ କୋଲକାତା ବିମାନବନ୍ଦରରେ ଅବତରଣ କରିଛି।  ଭୁବନେଶ୍ୱରରେ ପ୍ରବଳ ବର୍ଷାର ସହ ଝଡ଼ ଯୋଗୁଁ ଉଭୟ ବିମାନକୁ ଡାଇଭର୍ଟ କରାଯାଇଥିଲା।

flight

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 02:31 PM IST

Related story