ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ଦୁଇ ଜଣ ବନ କର୍ମଚାରୀଙ୍କୁ ନିଲମ୍ୱନ କରାଯାଇଛି। ସେମାନେ ହେଲେ କୁଳଡିହା ଫୋରେଷ୍ଟେର କିଶୋରଚନ୍ଦ୍ର ଭୁଆଁ ଓ ଗାର୍ଡ ଲାଲମୋହନ ସିଂହ।
କାର୍ଯ୍ୟରେ ଅବହେଳା ଯୋଗୁ ଉଭୟଙ୍କୁ ନିଲମ୍ୱନ କରାଯାଇଛି। ଏଥିସହ ଏସିଏଫ୍ଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିବା ବାଲେଶ୍ୱର ଡିଏଫ୍ଓ ବିଶ୍ୱରାଜ ପଣ୍ଡା କହିଛନ୍ତି।
ସୂଚନା ଅନୁସାରେ, ଗତ ୫ ତାରିଖରେ କୁଲଡ଼ିହା ଅଭୟାରଣ୍ୟରେ ଏହି ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏଥିସହ ଦୁର୍ବୃତ୍ତମାନେ ହାତୀର ଦାନ୍ତ ଉପାଡ଼ି ନେଇଥିବା ନେଇ ଖବର ପ୍ରସାର ହୋଇଥିଲା। ଏହାପରେ ବନ ବିଭାଗ ଘଟଣାର ତଦନ୍ତ କରି ହାତୀର ମୃତଦେହକୁ ବ୍ୟବଚ୍ଛେଦ କରିଥିଲା।