ବିରୂପାରେ ବୁଡ଼ିଗଲେ ଦୁଇ ସାଙ୍ଗ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜଣେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇଥିଲେ। ଦୁହେଁ ନଦୀରେ ବୁଡ଼ି ଯାଇଥିଲେ। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳି ନାହିଁ। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ାର ଛୋଟି ଗାଁରେ। ଯାହାଙ୍କ ମୃତଦେହ ମିଳିଛି, ତାଙ୍କ ନାଁ ଆକାଶ ଦାଶ। ତାଙ୍କ ସାଙ୍ଗ […]

Akashdas

Manoranjan Sial
  • Published: Thursday, 14 March 2019
  • , Updated: 14 March 2019, 04:48 PM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜଣେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇଥିଲେ। ଦୁହେଁ ନଦୀରେ ବୁଡ଼ି ଯାଇଥିଲେ। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳି ନାହିଁ। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ାର ଛୋଟି ଗାଁରେ।

ଯାହାଙ୍କ ମୃତଦେହ ମିଳିଛି, ତାଙ୍କ ନାଁ ଆକାଶ ଦାଶ। ତାଙ୍କ ସାଙ୍ଗ ନାଁ ଦିବ୍ୟଜ୍ୟୋତି ପ୍ରଧାନ। ଖବର ଲେଖାଯିବା ସୁଦ୍ଧା ଦିବ୍ୟଙ୍କ ପତ୍ତା ମିଳିନି। ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

[caption id="attachment_352709" align="aligncenter" width="750"] ଆକାଶଙ୍କ ମୃତଦେହ[/caption]

ଆକାଶ ଓ ଦିବ୍ୟଜ୍ୟୋତି ଆଜି ମଧ୍ୟାହ୍ଣରେ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ପ୍ରଥମେ ଦିବ୍ୟ ଗଣ୍ଡରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆକାଶ ବି ବୁଡ଼ି ଯାଇଥିଲେ।

ଖବର ପାଇ ଡେରାବିଶ ଓ କେନ୍ଦ୍ରାପଡ଼ାରୁ ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ।

Related story