ଫେକ୍‌ ଫେସ୍‌ବୁକ୍‌ କାରନାମାରେ ସମ୍ପୃକ୍ତ ଦୁଇ ଯୁବତୀଙ୍କର ହେବ ଭଏସ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେସବୁକରେ ଫେକ୍‌ ଆଇଡି ଖୋଲି ଯୁବତୀଙ୍କ ମାଧ୍ୟମରେ ଫୋନ୍‌ କରି ଭୁବନେଶ୍ୱରରେ ଜଣେ ନାବାଳକଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଦୁଇ ଯୁବତୀଙ୍କର ହେବ ଭଏସ୍‌ ଟେଷ୍ଟ। ନାବାଳକଙ୍କୁ ଫସାଇବା ବେଳେ ଯୁବତୀଙ୍କ କଥାବାର୍ତ୍ତାର ଅଡିଓ ଓ ସେମାନଙ୍କ ପ୍ରକୃତ କଥାର ଅଡିଓ ଯାଞ୍ଚ ପାଇଁ ଫୋରେନସିକ ଲାବକୁ ପଠାଯିବ। ଏହାଛଡା ଅପହରଣ ପଛରେ ସେମାନଙ୍କ ଲିଙ୍କ୍ ନେଇ ପ୍ରସ୍ତୁତ ହୋଇଥିବା ପ୍ରଶ୍ନାବଳୀ ଆଧାରରେ ପୋଲିସ ସେମାନଙ୍କୁ ପଚରାଉଚରା କରିବ। ଏସବୁ ପ୍ରକ୍ରିୟାର […]

two girl aude

Rakesh Mallick
  • Published: Thursday, 08 March 2018
  • , Updated: 08 March 2018, 07:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେସବୁକରେ ଫେକ୍‌ ଆଇଡି ଖୋଲି ଯୁବତୀଙ୍କ ମାଧ୍ୟମରେ ଫୋନ୍‌ କରି ଭୁବନେଶ୍ୱରରେ ଜଣେ ନାବାଳକଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଦୁଇ ଯୁବତୀଙ୍କର ହେବ ଭଏସ୍‌ ଟେଷ୍ଟ। ନାବାଳକଙ୍କୁ ଫସାଇବା ବେଳେ ଯୁବତୀଙ୍କ କଥାବାର୍ତ୍ତାର ଅଡିଓ ଓ ସେମାନଙ୍କ ପ୍ରକୃତ କଥାର ଅଡିଓ ଯାଞ୍ଚ ପାଇଁ ଫୋରେନସିକ ଲାବକୁ ପଠାଯିବ। ଏହାଛଡା ଅପହରଣ ପଛରେ ସେମାନଙ୍କ ଲିଙ୍କ୍ ନେଇ ପ୍ରସ୍ତୁତ ହୋଇଥିବା ପ୍ରଶ୍ନାବଳୀ ଆଧାରରେ ପୋଲିସ ସେମାନଙ୍କୁ ପଚରାଉଚରା କରିବ। ଏସବୁ ପ୍ରକ୍ରିୟାର ପ୍ରମାଣ ମିଳିବା ପରେ ଯାଇ ଦୁଇ ଯୁବତୀଙ୍କୁ ଗିରଫ ପାଇଁ ପଦକ୍ଷେପ ନେବ ପୋଲିସ। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ଅପହରଣରେ ସଂପୃକ୍ତ ଜଣେ ଅଭିଯୁକ୍ତ ସବରାଜ ଏକ ସେକ୍ସ ରାକେଟ ଚଳାଉଥିବା ପୋଲିସ ନଜରକୁ ଆସିଛି। ନାବାଳକୁ ଅପହରଣ କରିବା ପୂର୍ବରୁ ଫେକ ଆଇଡି ମାଧ୍ୟମରେ ଟାର୍ଗେଟ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ପଚରା ଉଚରା କରି ପ୍ରମାଣ ଯୋଗାଡ କରୁଥିବା ଜଣାପଡିଛି। ନାବାଳକଙ୍କୁ ଅପହରଣ ଘଟଣାର ପର୍ଦାଫାସ ପରେ ଫେକ ଆଇଡି ନାଁରେ ଦୁଇ ଯୁବତୀଙ୍କୁ  ବ୍ୟବହାର କରି ଅପହରଣ ରାକେଟରେ ସକ୍ରିୟ ଥିବା ପର୍ଦ୍ଦାଫାସ ହୋଇଥିଲା। ଏନେଇ ପୋଲିସ ୫ ଜଣଙ୍କୁ ପୂର୍ବରୁ ଗିରଫ କରିଥିଲା।

Related story