ଦୁଇ ଜଣଙ୍କୁ କଚାଡ଼ି ଦେଲା ହାତୀ

କଳାହାଣ୍ଡି(ରାଜକୁମାର ସିଂହଦେଓ): ଦୁଇ ଜଣଙ୍କୁ ହାତୀ ଟେକି କଚାଡ଼ି ଦେଲା। ଦୁହେଁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆଜି ଭିନ୍ନଭିନ୍ନ ସ୍ଥାନରେ ଦୁଇଟି ଯାକ ଘଟଣା ଘଟିଛି। ଆହତମାନେ ହେଲେ ପଲସାପଡ଼ା ବୁର୍ଡିପଡ଼ା ଗାଁର ୭୫ ବର୍ଷୀୟ ଜଣେ ବୃଦ୍ଧ ଓ ଅନ୍ୟଜଣେ ହେଲେ କେରାଣ୍ଡିଖୁଣ୍ଟି ଗ୍ରାମର ୨୫ ବର୍ଷୀୟ ଦୀପାଞ୍ଜଳୀ ଗୌଡ଼। ହାତୀ ଆକ୍ରମଣରେ ବୃଦ୍ଧଙ୍କ ହାତରେ ଗଭୀର ଆଘାତ ଲାଗିଛି। ସେ ଆଜି ସକାଳେ ବିଲକୁ ଯାଉଥିବା ସମୟରେ […]

elephant

  • Published: Wednesday, 24 August 2022
  • , Updated: 24 August 2022, 04:09 PM IST

କଳାହାଣ୍ଡି(ରାଜକୁମାର ସିଂହଦେଓ): ଦୁଇ ଜଣଙ୍କୁ ହାତୀ ଟେକି କଚାଡ଼ି ଦେଲା। ଦୁହେଁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆଜି ଭିନ୍ନଭିନ୍ନ ସ୍ଥାନରେ ଦୁଇଟି ଯାକ ଘଟଣା ଘଟିଛି। ଆହତମାନେ ହେଲେ ପଲସାପଡ଼ା ବୁର୍ଡିପଡ଼ା ଗାଁର ୭୫ ବର୍ଷୀୟ ଜଣେ ବୃଦ୍ଧ ଓ ଅନ୍ୟଜଣେ ହେଲେ କେରାଣ୍ଡିଖୁଣ୍ଟି ଗ୍ରାମର ୨୫ ବର୍ଷୀୟ ଦୀପାଞ୍ଜଳୀ ଗୌଡ଼।

ହାତୀ ଆକ୍ରମଣରେ ବୃଦ୍ଧଙ୍କ ହାତରେ ଗଭୀର ଆଘାତ ଲାଗିଛି। ସେ ଆଜି ସକାଳେ ବିଲକୁ ଯାଉଥିବା ସମୟରେ ହାତୀ ଆକ୍ରମଣ କରିଥିଲା। ସେହିପରି ଆହତ ମହିଳା ଗାଁ ନିକଟ ନାଳକୁ ଆଜି ସକାଳେ ଶୌଚ ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା। ତାଙ୍କ ହାତରେ ଓ ଛାତିରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ପ୍ରଥମେ ନର୍ଲା ମେଡିକାଲ ଆଣିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ସେମାନଙ୍କୁ ଭବାନୀପାଟଣା ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Related story