ବାଣ ଭିଡ଼ିଲା ବେଳେ ବିସ୍ଫୋରଣ; ୨ଗୁରୁତର

ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ହରିଚନ୍ଦନପୁର ଗାଁ ପାଖରେ ଥିବା ଏକ ଘରେ ଆଜି ବାଣ ବିସ୍ଫୋରଣ ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାଣ ଭିଡ଼ିଲା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।  ଗୁରୁତର ଦୁଇ ଜଣ ହେଲେ ବଟକୁଷ  କାଣ୍ଡି ଓ ସୁକଦେବ କାଣ୍ଡି। ସେମାନଙ୍କ ଘର ପାଟପୁର ଗାଁରେ। ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ […]

nn

Rakesh Mallick
  • Published: Wednesday, 28 February 2018
  • , Updated: 28 February 2018, 10:43 AM IST

ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ହରିଚନ୍ଦନପୁର ଗାଁ ପାଖରେ ଥିବା ଏକ ଘରେ ଆଜି ବାଣ ବିସ୍ଫୋରଣ ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାଣ ଭିଡ଼ିଲା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।  ଗୁରୁତର ଦୁଇ ଜଣ ହେଲେ ବଟକୁଷ  କାଣ୍ଡି ଓ ସୁକଦେବ କାଣ୍ଡି। ସେମାନଙ୍କ ଘର ପାଟପୁର ଗାଁରେ। ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Related story