ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ପାହାଡ଼ରେ ଆଜି ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି ବିସ୍ଫୋରଣ ହୋଇଥିଲା। ବୋଗାପଦର ପାହାଡ଼ରେ ନକ୍ସଲ ଶିବିର ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଗତକାଲିଠାରୁ ଏସ୍ଓଜି ଯବାନମାନେ ଅପରେସନ୍‌ରେ ଯାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ନକ୍ସଲମାନେ ପାହାଡ଼ରେ ଲ୍ୟାଣ୍ଡମାଇନ୍ ବିଛାଇ […]

landmine

Jitendra Garnayak
  • Published: Saturday, 11 May 2019
  • , Updated: 11 May 2019, 02:21 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ପାହାଡ଼ରେ ଆଜି ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି ବିସ୍ଫୋରଣ ହୋଇଥିଲା। ବୋଗାପଦର ପାହାଡ଼ରେ ନକ୍ସଲ ଶିବିର ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଗତକାଲିଠାରୁ ଏସ୍ଓଜି ଯବାନମାନେ ଅପରେସନ୍‌ରେ ଯାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ନକ୍ସଲମାନେ ପାହାଡ଼ରେ ଲ୍ୟାଣ୍ଡମାଇନ୍ ବିଛାଇ ଥିଲେ। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପରେ ଏସ୍‌ଓଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା। ଏହା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।

ପ୍ରାୟ ୩୦ରୁ ୪୦ ଜଣ ନକ୍ସଲ ସେଠାରେ ଉପସ୍ଥିତ ଥିଲେ ବୋଲି କୁହାଯାଉଛି।

ଘଟଣାସ୍ଥଳରୁ ଏସ୍‌ଓଜି ଯବାନମାନେ ଅନେକ ଅଫୁଟା ଲ୍ୟାଣ୍ଡମାଇନ୍ ଜବତ କରିଛନ୍ତି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନାଯୋଗ୍ୟ, ତିନି ଦିନ ତଳେ କୋରାପୁଟ ଜିଲ୍ଲାରେ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା କିଟୁଆକାନ୍ତି ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ତିନି ଜଣ ନକ୍ସଲ ଥିଲେ। ଏସ୍‌ଓଜି ଓ ଡିଭିଏଫ୍‌ ଯବାନଙ୍କ ପକ୍ଷରୁ ଏହି ଅପରେସନ୍ କରାଯାଇଥିଲା।

Related story