ଘରକୁ ଫେରୁଥିଲେ ଦୁଇ ଭାଇ! ଅଧା ରାସ୍ତାରେ ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍‌

ପାଟଣାଗଡ଼(କରୁଣାକର ବୁଡ଼େକ): ମାମୁ ପୁଅ ଭାଇ ସହିତ ଶ୍ୱଶୁର ଘରୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ କାଳ ହୋଇ ମାଡ଼ିଆସିଲା ପିକ୍‌ଅପ୍‌ ଭ୍ୟାନ୍‌। ବାଇକ୍‌କୁ ଧକ୍କା ଦେଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ଜୀବନ ଚାଲିଗଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି। ପାଟଣାଗଡ଼ ଥାନା ଦବକାନୀ ଗାଁର ସୁରେନ୍ଦ୍ର ବରିହା ଆଜି ବାଇକ୍‌ରେ ଶ୍ୱଶୁର ଘର ତାଳପଦର ଗ୍ରାମକୁ ଯାଇଥିଲେ। ସାଙ୍ଗରେ ନିଜ ମାମୁ ପୁଅ ଭାଇ  […]

Bike

  • Published: Saturday, 01 October 2022
  • , Updated: 01 October 2022, 08:31 PM IST

ପାଟଣାଗଡ଼(କରୁଣାକର ବୁଡ଼େକ): ମାମୁ ପୁଅ ଭାଇ ସହିତ ଶ୍ୱଶୁର ଘରୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ କାଳ ହୋଇ ମାଡ଼ିଆସିଲା ପିକ୍‌ଅପ୍‌ ଭ୍ୟାନ୍‌। ବାଇକ୍‌କୁ ଧକ୍କା ଦେଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ଜୀବନ ଚାଲିଗଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି।

ପାଟଣାଗଡ଼ ଥାନା ଦବକାନୀ ଗାଁର ସୁରେନ୍ଦ୍ର ବରିହା ଆଜି ବାଇକ୍‌ରେ ଶ୍ୱଶୁର ଘର ତାଳପଦର ଗ୍ରାମକୁ ଯାଇଥିଲେ। ସାଙ୍ଗରେ ନିଜ ମାମୁ ପୁଅ ଭାଇ  ଜିତେନ୍ଦ୍ର ବରିହାକୁ ନେଇଯାଇଥିଲେ। ଶ୍ୱଶୁର ଘରେ କାମ ସାରି ମଧ୍ୟାହ୍ନରେ ଘରକୁ ଫେରୁଥିଲେ। ତେବେ ମରୁଆ ଛକ ନିକଟରେ ପାଟଣାଗଡ଼ ପାର୍ଶ୍ୱରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ବାଇକକୁ ଧକ୍କା ଦେବା ପରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଘଟଣା ସ୍ଥଳରୁ ଚମ୍ପଟ ମାରୁଥିଲା। ସ୍ଥାନୀୟ ଲୋକେ ପିକ୍‌ଅପ୍‌ ଭ୍ୟାନ୍‌କୁ ଗୋଡ଼ାଇ ଗୋଡ଼ାଇ ପଢେଲ ଚେକଗେଟ ନିକଟରେ ଧରିଥିଲେ। ଗାଡ଼ି ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କାବୁ କରି ସ୍ଥାନୀୟ ଲୋକେ ପୁଲିସ ଜିମାରେ ଦେଇଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Related story