ପିକ୍‌ଅପ୍‌କୁ ପିଟିଦେଲା ଟ୍ରକ୍‌, ରାସ୍ତାରେ ଚାଲିଗଲା ୨ ଜୀବନ  

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ ବଜାଇବା ପାଇଁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁବର୍ଣ୍ଣପୁରରେ ଘଟିଛି। ଖେମାଲୋଏ ଗାଁର ଏକ ବ୍ୟାଣ୍ଡପାର୍ଟି ଦଳ ମାକ୍ସ ପିକ୍‌ଅପ୍‌ରେ ରାମପୁର ରୁଷୁଡାକୁ ଯାଉଥିଲେ। ତେବେ ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀରେ ସମ୍ମୁଖରେ ଆସିଥିବା ଏକ ଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ […]

truck-accident

truck-accident

Manoranjan Sial
  • Published: Friday, 21 February 2020
  • Updated: 21 February 2020, 10:26 PM IST

Sports

Latest News

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ ବଜାଇବା ପାଇଁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁବର୍ଣ୍ଣପୁରରେ ଘଟିଛି।

ଖେମାଲୋଏ ଗାଁର ଏକ ବ୍ୟାଣ୍ଡପାର୍ଟି ଦଳ ମାକ୍ସ ପିକ୍‌ଅପ୍‌ରେ ରାମପୁର ରୁଷୁଡାକୁ ଯାଉଥିଲେ। ତେବେ ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀରେ ସମ୍ମୁଖରେ ଆସିଥିବା ଏକ ଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତେଜରାଜ ବାଗ ଓ ଉତ୍ତମ ଡଙ୍ଗରିଆଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୮ ଜଣ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିର ଡୋର କାଟି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos